Latest Odisha News

BREAKING NEWS

ଇରାନର ସବୁଠୁ ବଡ଼ ପୋର୍ଟ ସିଟିରେ ଆମେରିକାର ହମଲା

ତେହେରାନ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିରତିର ଉଡିଲା ଧଜ୍ୟା। ଇରାନର ସବୁଠୁ ବଡ଼ ଦୀପ କ୍ୱେଶମ୍ ଏବଂ ପୋର୍ଟ ସିଟି ବନ୍ଦର ଆବାସ ଉପରେ ଆମେରିକାର ମିଶାଇଲ ଏବଂ ଡ୍ରୋନ ହମଲା। ଆମେରିକାର ସେନା ଇରାନର ରଣନୈତିକ ଗୁରୁତ୍ୱପୂର୍ଣ୍ଣ କ୍ୱେଶମ୍ ଏବଂ ବନ୍ଦର ଆବାସ ବନ୍ଦର ଉପରେ ଆକ୍ରମଣ କରିଛି। ଇରାନୀ ଗଣମାଧ୍ୟମ ଏହି ଅଞ୍ଚଳଗୁଡ଼ିକରେ ବିସ୍ଫୋରଣ ଶୁଣିବା ନିଶ୍ଚିତ କରିଛି। ଏହି ଆକ୍ରମଣଗୁଡ଼ିକ ହର୍ମୁଜ୍ ପ୍ରଣାଳୀରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆସିଛି, ଯେଉଁଠାରେ ଆମେରିକା ଇରାନୀ ଡଙ୍ଗା ଏବଂ ଜାହାଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛି।

ହର୍ମୁଜ୍ ପ୍ରଣାଳୀରେ ମୁହାଁମୁହିଁ ଆମେରିକା ଓ ଇରାନ୍। ଇରାନୀ ଟ୍ୟାଙ୍କର୍ ଉପରେ ଆମେରିକା ସେନା ଆକ୍ରମଣ କରିଛି। କ୍ଷେପଣାସ୍ତ୍ରକୁ ଖସାଇ ଦେଇଥିବା ଆମେରିକା ଦାବି କରିଛି। ତେବେ ଏଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଇରାନ ପାଖରେ ଯଦି ପରମାଣୁ ଅସ୍ତ୍ର ଥାନ୍ତା ତେବେ ଏହି ସମୟରେ ସେ ବ୍ୟବହାର କରିଥାନ୍ତା। ଇରାନକୁ କେବେହେଲେ ଏମିତି ସୁଯୋଗ ମିଳିବ ନାହିଁ ବୋଲି କହିଲେ ଟ୍ରମ୍ପ। ଇରାନ ଏହି ଘଟଣାଗୁଡ଼ିକୁ ଶତ୍ରୁ ସହିତ ଯୋଡ଼ିଛି। ପରିସ୍ଥିତି ଦ୍ରୁତ ଗତିରେ ବିକଶିତ ହେଉଛି ଏବଂ ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଛି।

ଏହି ସମୟରେ, ଇରାନ ଦାବି କରିଛି ଯେ ତାର ସେନା ହର୍ମୁଜ୍ ପ୍ରଣାଳୀରେ ଆମେରିକୀୟ ନୌସେନା ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଇରାନର ସରକାରୀ ଗଣମାଧ୍ୟମ (IRIB) ଅନୁଯାୟୀ, ଓମାନ ଉପସାଗରରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆମେରିକାର ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇରାନୀ ସାମରିକ ଅଧିକାରୀମାନେ କହିଛନ୍ତି ଯେ କ୍ଷେପଣାସ୍ତ୍ର ଆକ୍ରମଣରେ ଆମେରିକୀୟ ଜାହାଜଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ସେମାନଙ୍କୁ ପଳାଇବାକୁ ବାଧ୍ୟ କରାଯାଇଥିଲା।

Comments are closed.