Latest Odisha News

BREAKING NEWS

ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡର ଅଧିକାଂଶ ସ୍ଥାନକୁ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯତ୍ନ ସେବାର ପ୍ରସାର

ଝାରସୁଗୁଡ଼ା: ଅଗ୍ରଣୀ ଆଲୁମିନିୟମ ନିର୍ମାତା ଓବେଦାନ୍ତ ଲିମିଟେଡ ଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନଙ୍କ ପାଇଁ ମାଗଣା ଭ୍ରାମ୍ୟମାଣ ମୋବାଇଲ ସ୍ୱାସ୍ଥ୍ୟସେବାକୁ ପ୍ରସାର କରିଛି । ଏଥିରେ ଡାକ୍ତର, ନର୍ସ, ଫାର୍ମସିଷ୍ଟ ଓ ବିଶେଷଜ୍ଞ ମେଡିକାଲ ଟେକନିସିଆନମାନେ ରୋଗୀଙ୍କୁ ଚିକିତ୍ସା ପରାମର୍ଶ, ରକ୍ତଚାପ ପରୀକ୍ଷା ଓ ସାଧାରଣ ରୋଗ ପରିଚାଳନା ଦିଗରେ ଉପଯୁକ୍ତ ପରାମର୍ଶ ଦେଉଛନ୍ତି । ସେବା ଗୁଡ଼ିକ ମାଗଣାରେ ଉପଲବ୍ଧ ହେଉଛି ।

ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ଜାମଖାଣି, ଗରିସିମା, ଝରପଲମ, ଘୋଗରପଲ୍ଲୀ, ଭୋଗ୍ରାକଚର, ଲତାପାଣି, ରେଙ୍ଗଲପାଣି, ଗର୍ଜଞ୍ଜୋର, ମେଣ୍ଡ୍ରା, ମୁଣ୍ଡରଖେଟ୍‌, ବିଲାମୁଣ୍ଡା ବଜାର ଏବଂ ଲୁବାହାଲ ପ୍ରଭୃତି ଗ୍ରାମରେ ଏହି ସୁବିଧା ପ୍ରଦାନ କରାଯାଉଛି ।

ଲୋକମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପରାମର୍ଶ, ଔଷଧ ପ୍ରଦାନ କରି ଏମଏଚଭି ପଦକ୍ଷେପ  ୧୮୦୦ରୁ ଅଧିକ ଲୋକମାନଙ୍କୁ ସେବା ଯୋଗାଇଛି । ବେଦାନ୍ତ ଆଲୁମିନିୟମ ମଧ୍ୟ ଏହି ଅଂଚଳରେ ନିୟମିତ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଆସୁଛି । ମୋବାଇଲ ସ୍ୱାସ୍ଥ୍ୟ ସେବା ଜରିଆରେ ଲୋକମାନଙ୍କ ଠାରେ ରହିଥିବା ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ନିରୂପଣ କରାଯାଇ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଉଛି ।

ଏହି ପଦକ୍ଷେପ ସଂପର୍କରେ ଭି. ଶ୍ରୀକାନ୍ତ, ସିଇଓ-ମାଇନ୍ସ, ବେଦାନ୍ତ ଆଲୁମିନିୟମ କହିଛନ୍ତି, ଆମ ଗୋଷ୍ଠୀର ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ଆମର ମୂଳ ଲକ୍ଷ୍ୟ । ଆମେ ଯେଉଁ ଅଂଚଳରେ କାମ କରୁଛୁ ସେହି ଅଂଚଳର ଉନ୍ନତ ସ୍ୱାସ୍ଥ୍ୟ ସେବା ଓ ସ୍ୱଛତାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛୁ । ଆମର ବହୁମୁଖୀ ପଦକ୍ଷେପ ଜରିଆରେ ଗ୍ରାମାଂଚଳର ସ୍ୱାସ୍ଥ୍ୟ ସେବା ବ୍ୟବଧାନକୁ ଦୂର କରିବା ପାଇଁ ପ୍ରୟାସ ଜାରୀ ରଖିଛୁ ।

କମ୍ପାନିର ପ୍ରୟାସକୁ ପ୍ରଶଂସା କରି ଝରପଲମ ସରପଂଚ  ଚନ୍ଦ୍ରବା ମାଝୀ କହିଥିଲେ, ଝରପଲମ ପରି ଦୁର୍ଗମ ସ୍ଥାନରେ ଏମଏଚଭି ପ୍ରୋଗ୍ରାମ ଆମ ବାସିନ୍ଦାଙ୍କୁ ବହୁତ ସହାୟତା କରୁଛି । ଏହି ପଦକ୍ଷେପ ଜରିଆରେ ଆମ ଅଂଚଳର ଲୋକମାନେ ସ୍ୱାସ୍ଥ୍ୟ ସଚେତନ ହୋଇ ପାରୁଛନ୍ତି । ବେଦାନ୍ତ ଲୋମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ ।

ବେଦାନ୍ତ ଆଲୁମିନିୟମର ମାଇନ୍ ଓ ବ୍ୟବସାୟ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ତୃଣମୂଳ କ୍ରୀଡ଼ା ଉପରେ ଧ୍ୟାନ ପ୍ରଦାନ କରି ଗୋଷ୍ଠୀର ବିକାଶ ଦିଗରେ କାର୍ଯ୍ୟ କରୁଛି । ଏହାର ଅନେକ ଗୁଡ଼ିଏ ପଦକ୍ଷେପ ଯଥା ଆଧୁନିକ ଅଙ୍ଗନବାଡ଼ି ମହିଳା ଓ ଶିଶୁ ବିକାଶ ପାଇଁ ଏକ ଗୋଷ୍ଠୀହବ ଭାବେ କାର୍ଯ୍ୟ କରୁଛି । ବେଦାନ୍ତ ସ୍ଥାନୀୟ ପ୍ରଶାସନ ସହ ଯୋଗରେ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପକୁ ଗୋଷ୍ଠୀରେ ପ୍ରସାର କରୁଛି । ବିଭିନ୍ନ ଯୋଜନା ମାଧ୍ୟମରେ ଲୋକମାନଙ୍କ ଅର୍ଥନୈତିକ ଓ ସାମାଜିକ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତଲି ମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା ।ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କଡା ଓ ଜୋନସସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟ ଯୁକ୍ତ ଆଲୁମିନିୟମ ଉତ୍ପାଦନ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବ ବୃହତ ଜ୍ଞାନ କୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାରପ୍ଲାଂଟ ଓ ଆଲୁମିନାରି ଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ଦିଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି  ।

Leave A Reply

Your email address will not be published.