Latest Odisha News

BREAKING NEWS

୧୦ ବର୍ଷ ବିତିଗଲା ଶୁଣିଲାନି ପ୍ରଶାସନ, ଶେଷରେ ଗ୍ରାମବାସୀ ପାଣି ମଡ଼ାଇବାକୁ ନିଜେ ଖୋଳିଲେ କେନାଲ

ରାୟଗଡ଼ା: କାହା ହାତରେ କୋଦାଳ ତ ଆଉ କାହା ହାତରେ ଶାବଳ । ଚାଷ ଜମିକୁ ଜଳ ସେଚନ ଲାଗି ଚାଲିଛି କେନାଲ ନିର୍ମାଣ । ହେଲେ କୌଣସି ସରକାରୀ ଯୋଜନାରେ ନୁହେଁ ବରଂ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ଶ୍ରମ ଦାନ ତରି ତିଆରି କରୁଛନ୍ତି କେନାଲ୍ ।

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ନୂଆଗାଁ ଗ୍ରାମବାସୀଙ୍କ କହିବା ଅନୁସାରେ, ୧୦ ବର୍ଷ ତଳେ କ୍ଷୁଦ୍ର ଜଳସେଚନ ବିଭାଗ ୫୦ ଏକର ଜମିକୁ ପାଣି ଯୋଗାଇବା ପାଇଁ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଥିଲା ଚେକଡ୍ୟାମ୍ । ହେଲେ ଚାଷୀଙ୍କ ଦାବି ସତ୍ତ୍ୱେ ଆଡ଼ିବନ୍ଧରୁ କେନାଲ୍ ନିର୍ମାଣ ହୋଇ ନଥିଲା ।

ଏବେ ଚାଷ ଜମିକୁ ଜଳସେଚିତ କରିବାକୁ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି । ପଥର କାଟି, ମାଟି ଖୋଳି ଆଗକୁ ବଢ଼ୁଛନ୍ତି ଗାଁ ଲୋକେ । ଏବେ ସୁଦ୍ଧା ୨୫୦ ମିଟର ଗ୍ରାମବାସୀ ଖୋଳିଥିବା ବେଳେ ଆହୁରି ପ୍ରାୟ ୨୫୦ ମିଟର କେନାଲ ଖୋଳିବାକୁ ପଡ଼ିବ ।

ଗ୍ରାମବାସୀ ଅଧା କେନାଲ ଖୋଳି ଦେଇଥିବା ବେଳେ ବଳକା କାର୍ଯ୍ୟ ସାରି ଚାଷ ଜମିକୁ ପାଣି ମଡ଼ାଇବା ବ୍ୟବସ୍ଥା କରିବାକୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ କ୍ଷୁଦ୍ର ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମବାସୀଙ୍କ ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ କାହିଁକି ପ୍ରଶାସନ ୧୦ ବର୍ଷ ଧରି ଚୁପ୍ ବସିଥିଲା ବୋଲି ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.