Latest Odisha News

BREAKING NEWS

”ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର” , ଆମ୍ ଆଦମୀ ପାର୍ଟିକୁ ଅଭିନନ୍ଦନ ଜଣାଇଲେ ନବଜୋତ୍ ସିଦ୍ଧୁ

ଦିଲ୍ଲୀ : ପଞ୍ଜାବ ନିର୍ବାଚନରେ ରେକର୍ଡ କରିଛି ଆମ୍ ଆଦମୀ ପାର୍ଟି । ଏନେଇ ଆମ ଆଦମୀ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ । ନବଜୋତ ଟ୍ୱିଟ କରି ଲେଖିଛନ୍ତି ”ଜନସାଧାରଣଙ୍କ ସ୍ୱର ହେଉଛି ଇଶ୍ୱରଙ୍କ ସ୍ୱର” । ପଞ୍ଜାବବାସୀଙ୍କ ଜନମତକୁ ମୁଁ ସ୍ୱିକାର କରିଛି ବୋଲି ନବଜୋତ୍ କହିଛନ୍ତି ।

BjdElectrycity

ପଞ୍ଜାବ ବିଧାନସଭା ନିର୍ବାଚନରେ ୧୧୭ଟି ସିଟରୁ ୯୧ ଆସନ ପାଇଛି ଆମ୍ ଆଦମୀ ପାର୍ଟି । କଂଗ୍ରେସ ୧୭ ଟି ଆସନରେ ପାଇ ବହୁ ପଛରେ ପଡି ଯାଇଛି । ଚଳିତ ଥର ନିର୍ବାଚନରେ ଆପ୍ ଭଲ ପ୍ରଦର୍ଶନ କରିଥିବାରୁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ଦଳର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ପଞ୍ଜାବ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed, but trackbacks and pingbacks are open.