Latest Odisha News

BREAKING NEWS

[ଭିଡିଓ] କୋଭିଡ୍ ସେଣ୍ଟରରେ ପିପିଇ କିଟ୍ ପିନ୍ଧି ବିବାହ

ରାଜସ୍ଥାନ: ପିପିଇ କିଟ୍ ପିନ୍ଧି କୋଭିଡ୍ ସେଣ୍ଟରରେ ବିବାହ କଲେ ଦମ୍ପତ୍ତି । ରବିବାର ରାଜସ୍ଥାନର ବାରା ଅଂଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବିବାହ ଦିନ କନ୍ୟାର କରୋନା ରିପୋର୍ଟ ପଜିଟିଭ ବାହାରିବା ପରେ କିଛି ଏପରି ବ୍ୟବସ୍ଥା ସହ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମାରୋହଟି କ୍ୟାମେରାରେ କଏଦ ହୋଇଥିଲାବେଳେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ପଣ୍ଡିତଙ୍କ ଛଡା ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମୟରେ ସମସ୍ତ କରୋନା କଟକଣା ନିୟମ ଅବଲମ୍ବନ କରାଯାଇଥିଲା । ବର, କନ୍ୟା, ପଣ୍ଡିତ ଓ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ପିପିଇ କିଟ୍ ପରିଧାନ କରିଥିବା ସ୍ପଷ୍ଟ ଦେଖାଯାଇପାରେ । ତେବେ କେଲୱାଡା କୋଭିଡ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ଏହି ବିବାହରେ ଅନ୍ୟ କାହାକୁ ସାମିଲ ହେବାକୁ ଅନୁମତି ମିଳିନଥିଲା ।

Leave A Reply

Your email address will not be published.