Latest Odisha News

BREAKING NEWS

ରତନ ଟାଟାଙ୍କ ପୋଷା କୁକୁର ନାଁ ଗୋଆ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ଅଜଣା ନୁହଁନ୍ତି ରତନ ଟାଟା । ହେଲେ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ବିଷୟରେ ହୁଏ ତ ଅନେକ ଜାଣିନଥିବେ । ଦୀପାବଳି ଅବସରରେ ସେ ଏକାଧିକ କୁକୁରଙ୍କ ସହ ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ସେହି କୁକୁରଙ୍କ ମଧ୍ୟରୁ ଜଣକର ନାଁ ଗୋଆ ବୋଲି ସେ ଉଲ୍ଲେଖ କରିଛନ୍ତି ।

ରତନ ଟାଟାଙ୍କ ବମ୍ବେ ହାଉସରେ କୁକୁରଙ୍କ ପାଇଁ ରହିଛି ସ୍ୱତନ୍ତ୍ର କକ୍ଷ । ତେବେ ଅନେକ କୁକୁରଙ୍କ ମଧ୍ୟରୁ ଏକ କଳାଧଳା ରଙ୍ଗର କୁକୁରର ନାଁ ସେ ଗୋଆ ରଖିଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋ ସହ କ୍ୟାପ୍ସନଟି ଭାଇରାଲ୍ ହୋଇଥିଲାବେଳେ ସେହି କୁକୁରକୁ ସେ ନିଜର ଅଫିସ୍ ସାଥୀ ରୂପେ ବିବେଚନା କରିଛନ୍ତି ।

 

View this post on Instagram

 

A post shared by Ratan Tata (@ratantata)

କାହିଁକି କୁକୁରର ନାମ ରହିଛି ଗୋଆ ?

ସୋସିଆଲ୍ ମିଡିଆରେ ଏହି ପୋଷ୍ଟକୁ ନେଇ ଅନେକ ଲୋକ ରତନ ଟାଟାଙ୍କୁ ପ୍ରଶ୍ନ ପଚାରିଥିଲେ । ଏହାର ଜବାବ ଦେବାକୁ ଯାଇ ସେ ଲେଖିଥିଲେ, “ଗୋଆରେ ଥିଲାବେଳେ ସେହି କୁକୁରଟି ତାଙ୍କ ସାଥୀଙ୍କ ଗାଡିରେ ଧକ୍କା ଖାଇଥିଲା । ସେବେଠୁ ସେ କୁକୁରଟିକୁ ବମ୍ବେ ହାଉସରେ ଆଣି ରଖିଥିଲାବେଳେ ତା ନାଁ ରଖିଛନ୍ତି ଗୋଆ “

କୁକୁରର ନାମ ଗୋଆ ରଖିବା ପଛରେ ଏକ ସ୍ମୃତି ରହିଥିଲାବେଳେ ସୋସିଆଲ୍ ମିଡିଆରେ ରତନ ଟାଟାଙ୍କ ବିରୋଧରେ କୌଣସି ନକରାତ୍ମକ କମେଣ୍ଟ ସାମ୍ନାକୁ ଆସିନି ।

Leave A Reply

Your email address will not be published.