Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ କିଙ୍ଗ କୋହଲି

ଚେପକ: ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୨ଟି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ଅଧିନାୟକ ଭାବେ କ୍ରିକେଟ ଇତିହାସରେ ସର୍ବାଧିକ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ରିକି ପଂଟିଙ୍କ ୪୧ ଶତକ ସହ ସେ ସମକକ୍ଷ ହୋଇଛନ୍ତି । ସେ ଏହି ସିରିଜରେ ଗୋଟିଏ ଶତକ ହାସଲ କଲେ ଏହି ରେକର୍ଡ ଭାଙ୍ଗିବେ । କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ୧୮୮ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ସେ ୬୩.୧୬ ଆଭରେଜରେ ୧୧୮୧୧ ରନ ସଂଗ୍ରହ କରିଛନ୍ତି । ଏଥିରେ ୪୧( ଟେଷ୍ଟରେ ୨୦, ଦିନିକିଆରେ ୨୧) ଶତକ ସାମିଲ । ଅପରପକ୍ଷରେ ପଂଟି ୩୨୪ ମ୍ୟାଚରେ ଅଷ୍ଟ୍ରେଲିଆର ନେତୃତ୍ୱ ନେବା ସହ ୪୫.୫୪ ଆଭରେଜରେ ୧୫୪୪୦ ରନ କରିଛନ୍ତି ।ଟେଷ୍ଟ କ୍ରିକେଟରେ ଅଧିନାୟକ ଭାବେ ସର୍ବାଧିକ ଶତକ ୨୫ ଶତକ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ ମାରିଛନ୍ତି । କୋହଲି ୫୬ ଟେଷ୍ଟରେ ୨୦ ଶତକ ହାସଲ କରିଛନ୍ତି । ଦିନିକିଆରେ ଅଧିନାୟକ ଭାବେ ସର୍ବାଧିକ ଶତକ ହାସଲ କରିଥିବା ରିକି ପଂଟିଙ୍କଠାରୁ ଗୋଟିଏ ପଛରେ ରହିଛନ୍ତି । ସେ ୨୩୦ ଦିନିକିଆରେ ୨୨ ଶତକ ମାରିଥିବା ବେଳେ କୋହଲି ୯୨ ମ୍ୟାଚରେ ୨୧ ଶତକ ହାସଲ କରିଛନ୍ତି । କୋହଲି ଅଧିନାୟକ ଭାବେ ଇଂଲଣ୍ଡ ବିପକ୍ଷରେ ୪ ଶତକ ମାରିଛନ୍ତି ।

Leave A Reply

Your email address will not be published.