ଚେପକ: ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୨ଟି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ଅଧିନାୟକ ଭାବେ କ୍ରିକେଟ ଇତିହାସରେ ସର୍ବାଧିକ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ରିକି ପଂଟିଙ୍କ ୪୧ ଶତକ ସହ ସେ ସମକକ୍ଷ ହୋଇଛନ୍ତି । ସେ ଏହି ସିରିଜରେ ଗୋଟିଏ ଶତକ ହାସଲ କଲେ ଏହି ରେକର୍ଡ ଭାଙ୍ଗିବେ । କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ୧୮୮ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ସେ ୬୩.୧୬ ଆଭରେଜରେ ୧୧୮୧୧ ରନ ସଂଗ୍ରହ କରିଛନ୍ତି । ଏଥିରେ ୪୧( ଟେଷ୍ଟରେ ୨୦, ଦିନିକିଆରେ ୨୧) ଶତକ ସାମିଲ । ଅପରପକ୍ଷରେ ପଂଟି ୩୨୪ ମ୍ୟାଚରେ ଅଷ୍ଟ୍ରେଲିଆର ନେତୃତ୍ୱ ନେବା ସହ ୪୫.୫୪ ଆଭରେଜରେ ୧୫୪୪୦ ରନ କରିଛନ୍ତି ।
ଟେଷ୍ଟ କ୍ରିକେଟରେ ଅଧିନାୟକ ଭାବେ ସର୍ବାଧିକ ଶତକ ୨୫ ଶତକ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ ମାରିଛନ୍ତି । କୋହଲି ୫୬ ଟେଷ୍ଟରେ ୨୦ ଶତକ ହାସଲ କରିଛନ୍ତି । ଦିନିକିଆରେ ଅଧିନାୟକ ଭାବେ ସର୍ବାଧିକ ଶତକ ହାସଲ କରିଥିବା ରିକି ପଂଟିଙ୍କଠାରୁ ଗୋଟିଏ ପଛରେ ରହିଛନ୍ତି । ସେ ୨୩୦ ଦିନିକିଆରେ ୨୨ ଶତକ ମାରିଥିବା ବେଳେ କୋହଲି ୯୨ ମ୍ୟାଚରେ ୨୧ ଶତକ ହାସଲ କରିଛନ୍ତି । କୋହଲି ଅଧିନାୟକ ଭାବେ ଇଂଲଣ୍ଡ ବିପକ୍ଷରେ ୪ ଶତକ ମାରିଛନ୍ତି ।
BREAKING NEWS
- ଅଜରବଇଜାନରେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କଟକଣା
- ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ, ଉପକୃତ ହେବେ ୧,୬୦୮ ପରିବାର
- ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ୬ ଦିନ ଯାଏଁ ବନ୍ଦ ରହିବ ଏହି ସବୁ ରାସ୍ତା
- ଅଡ଼ୁଆରେ ଅଭିନେତା ଇମ୍ରାନ ଖାନ; ‘ଲୁକ୍ ଆଉଟ୍ ସର୍କୁଲାର୍’ ଜାରି କରିବାକୁ ବିଜେପି ନେତାଙ୍କ ଦାବି
- ରଣଜୀ ଟ୍ରଫି: ବାଦଲଙ୍କ ପ୍ରଥମ ଥର ପାଇଁ ୫ ୱିକେଟ୍ ସଫଳତା, କିନ୍ତୁ ଗୁଜରାଟ ବିପକ୍ଷରେ ସଙ୍କଟରେ ଓଡ଼ିଶା
- ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ
- ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ
- Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା
- ଗୋଟିଏ ଓଭରରେ ୫ଟି ୱିକେଟ ନେଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର
- ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନା, ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ଜରିମାନା

Comments are closed.