Latest Odisha News

BREAKING NEWS

ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ୩୪ ବର୍ଷରେ ପାଦ ଥାପିଲେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି। ସରାବିଶ୍ବରୁ ଜନ୍ମଦିନ ପାଇଁ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ । ପରେ ସେ ଆଉ କେବେ ପଛକୁ ଫେରିନଥିଲେ ।

ଏହି ଜନ୍ମଦିନ ଅବସରରେ କୋହଲିଙ୍କ ସହ ଫଟୋ ସେୟାର କରି ଶାହନୱାଜ ଦହାନୀ ଟ୍ୱିଟରରେ ଲେଖିଛନ୍ତି, କ୍ରିକେଟ୍ ତିଆରି କରିଥିବା କଳାକାରଙ୍କୁ ମୁଁ ୫ ନଭେମ୍ବର ଅପେକ୍ଷା କରିପାରିବି ନାହିଁ। ବିରାଟ କୋହଲିଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ଭାଇ ଆପଣ ଏହି ଦିନକୁ ଖୁବ ଉପଭୋଗ କରନ୍ତୁ ଏବଂ ଏହିପରି ଦୁନିଆକୁ ମନୋରଞ୍ଜନ କରୁଥାନ୍ତୁ।

ଅନେକ ମ୍ୟାଚରେ କୋହଲି ବିଜୟ ହାସଲ କରିଛନ୍ତି । ଭାରତୀୟ ସଫଳ ଅଧିନାୟକତ୍ବ ତାଲିକାରେ ବିରାଟଙ୍କ ନାଁ ରହିଛି । ସେ ଇଣ୍ଟରନ୍ୟାସନାଲ କ୍ରିକେଟରେ ୭୧ ଶତକ ହାସଲ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ କେବଳ ସଚିନ ତେନ୍ଦୁଲକରଙ୍କ ପଛରେ ଅଛନ୍ତି ।

 

Leave A Reply

Your email address will not be published.