Latest Odisha News

BREAKING NEWS

‘ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ୍ ପାଇଁ କାମ କରନ୍ତି’

କେନ୍ଦୁଝର: ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଆଦିବାସୀମାନେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜନଜାତି ସମ୍ପ୍ରଦାୟର ଲୋକମାନେ ବହୁତ ଭଲ ପାଆନ୍ତି ଯାହାର ପ୍ରମାଣ ଆଜି ଏହି ଜନସଭାରୁ ମିଳୁଛି ବୋଲି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନୀସଭାରେ କହିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ।

ସେ ଆହୁରି କହିଛନ୍ତି, ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ ଓ ଦେବସ୍ଥଳୀକୁ ଭବିଷ୍ୟତ ପୀଢ଼ି ପାଇଁ ସୁରକ୍ଷିତ କରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆନ୍ତରିକ ଉଦ୍ୟମ କରିଛନ୍ତି । ଏସଡିସି ଗଠନ କରିଛନ୍ତି । ଭାରତର ଅନ୍ୟ କୌଣସି ରାଜ୍ୟରେ ଏସଡିସି ନାହିଁ ।

ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ୫୦ ହଜାରରୁ ଅଧିକ କେସ୍ ମୁଖ୍ୟମନ୍ତ୍ରୀ ରଦ୍ଦ କରିଛନ୍ତି, ଏହା କେହି କରି ପାରିବେ ନାହିଁ, କେବଳ ନବୀନ ବାବୁ ହିଁ କରିପାରିବେ ବୋଲି ପାଣ୍ଡିଆନ ଦୃଢତାର ସହ କହିଛନ୍ତି । ହଜାର ହଜାର ଆଦିବାସୀ ହଷ୍ଟେଲ ଓଡ଼ିଶାରେ ନବୀନ ବାବୁ କରିଛନ୍ତି, ସବୁଠାରୁ ଅଧିକ ଗାର୍ଲସ୍‍ ହଷ୍ଟେଲ ଓଡ଼ିଶାରେ ଅଛି, ଆପଣମାନଙ୍କ ସେବା ପାଇଁ ନବୀନବାବୁ ଏହା କରିଛନ୍ତି ।

ଶାଳ ମଞ୍ଜି, ମହୁଲ ଆଦି ବନ୍ୟଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବା ପାଇଁ ଲାଭ ଯୋଜନା କରାଯାଇଛି କେହି ଆପଣଙ୍କୁ ଠକି ପାରିବେ ନାହିଁ, ନବୀନ ବାବୁ ନଜର ରଖିଛନ୍ତି । ୮୦ ପ୍ରତିଶତ ଦରଖାସ୍ତର ସମାଧାନ ହୋଇଛି, ମସଜିଦ୍ ଓ ମନ୍ଦିର ନିର୍ମାଣ, ଭୀମକୁଣ୍ଡର ଉନ୍ନତି ପାଇଁ ୨୦ କୋଟି, ସେତୁ ଓ ରାସ୍ତାଘାଟ ପାଇଁ ଟଙ୍କା ଦିଆଯାଇଛି । ମୁଁ ହିସାବ ଦେଉଛି, ଅନ୍ୟ କେହି ହିସାବ ଦେବେ କି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି ।

ସାତକୁଟୁଣିଆ-ବାଉଁଶୁଳି ରାସ୍ତା ପାଇଁ ୧୪ କୋଟି, କେନ୍ଦୁଝର-ସହରପଡ଼ା ରାସ୍ତା ପାଇଁ ୩୩ କୋଟି, ବୈତରଣୀ ନଦୀ ସେତୁ ୨୦ କୋଟି ଟଙ୍କା, କନ୍‍ଝରୀ ନଦୀ ସେତୁ ୧୪ କୋଟି ଟଙ୍କା ପାଇଁ ମଞ୍ଜୁର ହୋଇଛି । ସବୁ ହାଇସ୍କୁଲ 5-T ରେ ରୂପାନ୍ତରଣ ହୋଇଛି । ଆମ ହସ୍ପିଟାଲ, ବସଷ୍ଟାଣ୍ଡ ଦେଖିବାର ଅଛି, ଏ ସବୁ ନୂଆ ଓଡ଼ିଶାର ନମୂନା ବୋଲି ପାଣ୍ଡିଆନ କହିଛନ୍ତି ।

୫ ଟଙ୍କାରେ ଲକ୍ଷ୍ମୀ ବସ୍ ରେ ଯିବା ଆସିବା କରିପାରିବେ, ମମତା ଯୋଜନାରେ ମା’ମାନଙ୍କୁ ୧୦ ହଜାର ଟଙ୍କା ଦିଆଯାଉଛି । ମିଶନ ଶକ୍ତି ମା’ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ପ୍ରଦାନ । ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ୍ ପାଇଁ କାମ କରନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି, ଆପଣମାନଙ୍କ ବୋଝ ହାଲକା କରବା ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି, ଏଭଳି ମହାନ ଜନନାୟକଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି ।

Leave A Reply

Your email address will not be published.