Latest Odisha News

BREAKING NEWS

ଭୋଟ ଦେଇ ଫେରିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ

କନ୍ଧମାଳ: ଗଣତନ୍ତ୍ରର ମହାନପର୍ବରେ ନିଜର ମତଦାନ ସାବ୍ୟସ୍ତ କରି ଫେରିବା ବେଳେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ଥାନା ପର୍ତ୍ତମାହା ଗାଁର ନିରଲ ନାୟକ।

ସୂଚନା ଅନୁସାରେ, ଗତକାଲି ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଥିଲା । ସେଥିପାଇଁ ନିଜ ପରିବାର ସହ ନିରଳ ଭୋଟ ଦେବା ପାଇଁ ବାଲିଗୁଡ଼ା ଯାଇଥିଲେ । ସେଠାରେ ଗତକାଲି ଭୋଟ ଦେଇ ଆଜି ଘରକୁ ଫେରୁଥିବା ବେଳେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ପାଟାଙ୍ଗି ଗାଁ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଅନଳଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣାରେ ତାଙ୍କ ସହ ଥିବା ତାଙ୍କ ପତ୍ନୀ ଏବଂ ପୁଅ ଆହତ ହୋଇଛନ୍ତି । ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ ହସ୍ପିଟାଲକୁ ପଠାଇବା ସହିତ ମୃତଦହକୁ ବ୍ୟବଚ୍ଚେଦ ପାଇଁ ପଠାଇଛି।

Leave A Reply

Your email address will not be published.