Latest Odisha News

ଓଡିଶା ମୁହାଁ ହେଲା ସାମୁଦ୍ରିକ ବାତ୍ୟା ‘ଫନି’, ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ଫନି’ ଓଡିଶା ଆଡକୁ ମୁହାଁ ହେଉଥିବା ବେଳେ ଏନେଇ ସୋମବାର ଦିନ ରାଜ୍ୟ ସରକାର ସ୍ଥିତି ଅନୁଧ୍ୟାନ କରିବା ସହିତ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସାମୁଦ୍ରିକ ବାତ୍ୟା ମୁକାବିଲା ପାଇଁ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପୋଲିସ ଡିଜିପି ଆରପି ଶର୍ମା, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ବିଷ୍ଣୁପଦ ସେଠୀ ପ୍ରମୁ୍ଖ ଉପସ୍ଥିତ ଥିଲେ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସାଶନ ସଚିବ କହିଛନ୍ତି, ମେ’ ୨ତାରିଖ ବେଳକୁ ଉପକୂଳ ଓଡିଶାରେ ଫନିର ପ୍ରଭାବ ପଡିବ ଫଳରେ ଏହି ସମୟରେ ୫୦ ରୁ ୬୦ କିମି ବେଗରେ ପବନ ବହିବା ସହ ୪ରୁ ବର୍ଷା ଆରମ୍ଭ ହୋଇଯିବ ।

ଆହୁରି ମଧ୍ୟ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ସଜାଗ ରହିଥିବାବେଳେ ଉପକୂଳ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ସମୟରେ ମତ୍ସ୍ୟଜିବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ଏବଂ ଯେଉଁ ମତ୍ସଜିବୀ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନଙ୍କୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.