Latest Odisha News

BREAKING NEWS

ପିପିଲି ଉପନିର୍ବାଚନ: ୩ଟି ବୁଥରେ ଇଭିଏମ୍ ଅଚଳ

ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗ୍ରହଣରେ ବିଭ୍ରାଟ । ୩ଟି ବୁଥରେ ଇଭିଏମ୍ ଅଚଳ । ନୂଆଶାସନ ପଞ୍ଚାୟତ ଦକ୍ଷିଣସାହିରେ ଇଭିଏମ୍ ଅଚଳ ହୋଇଥିଲା । ୨୦୩ ନମ୍ୱର ବୁଥ୍ ସହିତ ୧୩୯-A ଓ ୧୭୭ ନମ୍ୱର ବୁଥରେ ଇଭିଏମ୍ ଅଚଳ ହୋଇଥିବା ସୂଚନା ମିଳିଛି । ଫଳରେ ପ୍ରଭାବିତ ହୋଇଥିଲା ମତଦାନ ।

ଫଳରେ ଆରମ୍ଭରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ପାରିନଥିଲା । କିଛି ଭୋଟର ବହୁ ସମୟ ଲାଇନରେ ଠିଆ ହେବା ପରେ ଘରକୁ ଫେରି ଯାଇଥିବା ସୂଚନା ମିଳିଛି । ଏହାକୁ ସଜଡ଼ା ଯାଇଛି ଓ ପୁଣି ମତଦାନ ଆରମ୍ଭ ହୋଇଛି ।

ପିପିଲିର ମୋଟ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏଥିପାଇଁ ୩୪୮ ବୁଥ୍ କରାଯାଇଛି । ଏଥିରୁ ୨୦୧ଟି ସମ୍ବେଦଶୀଳ ରହିଛି । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.