Latest Odisha News

BREAKING NEWS

ଭୋଟରଙ୍କୁ ପ୍ରବର୍ତ୍ତାଇ ଗିରଫ ହେଲେ ପୋଲିଂ କର୍ମଚାରୀ, ଦେଖନ୍ତୁ ଭିଡିଓ

ଗୋପ : ଓଡିଶାର ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ବେଳେ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଜଣେ ପୋଲିଂ କର୍ମଚାରୀ ଗିରଫ ହୋଇଛନ୍ତି । ଏଭଳି ଘଟଣା ଘଟିଛି ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ବୁଥ୍ ନଂ ୧୨୭ରେ ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ଅଫିସର ଜଣକ ମତଦାତା ମାନଙ୍କୁ ବିଜେଡି ଦଳ ସପକ୍ଷରେ ଭୋଟ୍ ଦେବାକୁ ପ୍ରବର୍ତ୍ତାଉଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକମାନେ ସମ୍ପୃକ୍ତ ପୋଲିଂ ଅଫିସରଙ୍କୁ ମାଡ ମାରିଛନ୍ତି ଏବଂ ପରେ ତାଙ୍କୁ ଗିରଫ କରାଯାଇଥିବା ନେଇ ଜଣାପଡିଛି ।

ଜଗତସିଂହପୁର ସଂସଦୀୟ କ୍ଷେତ୍ର ମଧ୍ୟରେ ରହିଛି ନିମାପଡା । ଏହି ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀଭାବେ ସମୀର ରଞ୍ଜନ ଦାସ ଉବଦାନକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.