Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: ଚଳନ୍ତା ଟ୍ରେନରୁ ଖସି ପଡିଥିଲେ ଜଣେ ଯୁବକ, ମୃତ୍ୟୁମୁଖରୁ ଟାଣିଆଣିଲେ ‘ଆରପିଏଫ’ ଯବାନ

କୋଏମ୍ବାଟୁର: ଦ୍ରୁତଗତିରେ ଟ୍ରେନଟିଏ ଚାଲୁଥିଲା ବେଳେ ଜଣେ ଯୁବକ ବଗିରେ ଚଢିବାକୁ ଚେଷ୍ଟା କରୁଥିଲେ । ମାତ୍ର, ଦେଖୁ ଦେଖୁ ଖସିପଡ଼ିଲେ ଚଳନ୍ତା ଟ୍ରେନରୁ । ଟ୍ରେନ ଚକା ତଳେ ପଡ଼ି ପ୍ରାଣ ହରାଉଥିବାର ଏକ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କଲେ ସେଠାରେ ଉପସ୍ଥିତ ଥିବା ଜଣେ ଆରପିଏଫ ଜବାନ ।

ଏହି ଘଟଣାଟି ଘଟିଛି ତାମିଲନାଡୁ ରାଜ୍ୟର କୋଏମ୍ବାଟୁର୍ ରେଲୱେ ଷ୍ଟେସନରେ । ଟ୍ରେନରେ ଚଢୁଥିବା ବେଳେ ଖସିପଡୁଥିବା ବ୍ୟକ୍ତି ଜଣକଙ୍କୁ କିପରି ଭଗବାନ ହୋଇ ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ ରେଲୱେ ପ୍ରୋଟେକ୍ସନ ଫୋର୍ସର ଜଣେ ଯବାନ ଏହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।

ସୋସିଆଲ୍ ମିଡ଼ିଆରେ ଏହାର ଭିଡ଼ିଓ କ୍ଲିପ ଭାଇରାଲ୍ ହେବାରେ ଲାଗିଛି ।

Leave A Reply

Your email address will not be published.