Latest Odisha News

BREAKING NEWS

କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଫୋକଲୋର ଅଫ ଓଡ଼ିଶା’

ଭୁବନେଶ୍ୱର : କେଦାରନାଥ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ “ଫୋକଲୋର ଅଫ ଓଡ଼ିଶା” ଶୀର୍ଷକରେ , ‘କେଦାରନାଥ ସ୍ମାରକୀ ବକ୍ତୃତାମାଳା’ ଅନୁଷ୍ଠିତ ହୋଇଯାଇଛି ।

ପ୍ରତିଷ୍ଠାନର ସଭାପତି ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ଲୋକ ସଂସ୍କୃତି ବିଶାରଦ ଅରବିନ୍ଦ ପଟ୍ଟନାୟକ ଯୋଗଦେଇ , ଓଡ଼ିଶାର ଲୋକ ସାହିତ୍ୟ ଓ ସଂସ୍କୃତି ବହୁ ପ୍ରାଚୀନ ଏବଂ ସମୃଦ୍ଧ ବୋଲି କହିଥିଲେ। ତେବେ ଏହାକୁ ଲିଖିତ ଭାବେ ସଂରକ୍ଷିତ କରାଯାଇ ଏହାର ଭବିଷ୍ୟତକୁ ସୁରକ୍ଷା ଦିଆଯିବା ଉଚିତ ବୋଲି ସେ  ମତବ୍ୟକ୍ତ କରିଥିଲେ । ଏହା ସହ ଓଡ଼ିଆ ଲୋକକଥା, ଓଡ଼ିଶାର ଲୋକଧର୍ମର ପରମ୍ପରା, ଓଡ଼ିଆ ଲୋକଦର୍ଶନ ଓ ଲୋକଧାରା ଆଦି ବିଭିନ୍ନ ବିଷୟରେ ବିଶଦ ଆଲୋଚନା କରିଥିଲେ।

ପ୍ରଫେସର ସିନିରୁଦ୍ଧ ଦାଶ ଓଡ଼ିଆ ସହ ତାମିଲ ଓ ଅନ୍ୟ ଭାଷାର ଲୋକ ସାହିତ୍ୟର ଦୃଷ୍ଟାନ୍ତ ଦେଇ ସେସବୁର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରଘୁନାଥ ପଣ୍ଡା, ଗଣେଷ ପ୍ରସାଦ ଦାସ , କ୍ରିଷ୍ଣା ଭଟ୍ଟାଚାର୍ଯ୍ୟ, ବିଜୟଲକ୍ଷ୍ମୀ ମହାନ୍ତି, ଅଶୋକ କୁମାର ରଥ, ସୁରେନ୍ଦ୍ର ନାଥ ଷଢଙ୍ଗୀ, ସଞ୍ଜୟ ମହାନ୍ତି, ସଙ୍ଗୀତା ଦାଶ, ମମତା ମିଶ୍ର, ଚିତ୍ତରଞ୍ଜନ ନାୟକ,ଅରୁନ୍ଧତୀ ମହାନ୍ତି, ଦୟାମ୍ବର ଶବର, ବୀଣାପାଣି ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

କେଦାରନାଥ ଗବେଷଣା ପ୍ରତିଷ୍ଠାନର ଯୁଗ୍ମ ସମ୍ପାଦକ ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ ସମ୍ପାଦକ ରମେଶ ଚନ୍ଦ୍ର ପାଣି ସ୍ୱାଗତ ଭାଷଣ ଦେଇଥିବା ବେଳେ , ବିଭୂତି ଭୂଷଣ ମହାପାତ୍ର ବେଦପାଠ କରିଥିଲେ ପରିଶେଷରେ ନାଳନ୍ଦା ବିଶ୍ଵବିଦ୍ୟାଳୟରକୁମୁଦ ପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.