Latest Odisha News

BREAKING NEWS

ଆଇପିଏଲ ଡାକରା ପାଇବା ପରେ ବାହାଘର ଘୁଂଚାଇ ଦେଇଥିଲେ ରଜତ

ନୂଆଦିଲ୍ଲୀ: ଆଇପିଏଲ ଏଲିମିନେଟର ମୁକାବିଲାରେ ବୁଧବାର ରଜତ ପାଟୀଦାରଙ୍କ ଆକର୍ଷଣୀୟ ଶତକ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୱାଲିଫାୟର ୨କୁ ଉନ୍ନୀତ ହୋଇଛି । ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ ଓ ଫାପ ଡୁ ପ୍ଲେସି ଫେଲ ମାରିଥିବା ବେଳେ ସେ କିନ୍ତୁ ଖେଳିଥିଲେ ସ୍ମରଣୀୟ ଇନିଂସ । ଆଇପିଏଲ ନିଲାମରେ ରଜତଙ୍କୁ କୌଣସି ଟିମ ନେଇ ନ ଥିଲା । ବାଙ୍ଗାଲୋରର ଜଣେ ଖେଳାଳି ଆଘାତପ୍ରାପ୍ତ ହେବାରୁ ତାଙ୍କୁ ସୁଯୋଗ ମିଳିଥିଲା । ଆଇପିଏଲ ଡାକାରା ପାଇବା ମାତ୍ରେ ରଜତ ତାଙ୍କ ବାହାଘର ଘୁଂଚାଇବା ପାଇଁ ଘରେ ବାଧ୍ୟ କରାଇଥିଲେ । ତାଙ୍କ ବାପା ମନୋହର ପାଟୀଦାର ଏହା କହିବା ପରେ ରଜତଙ୍କ ପ୍ରତି କ୍ରିକେଟପ୍ରେମୀଙ୍କ ସମ୍ମାନ ବଢ଼ି ଯାଇଛି । ମନୋହର ମହାରାନୀ ରୋଡରେ ମୋଟର ପମ୍ପ କାରୋବାର କରନ୍ତି ।

ତାଙ୍କ ବାପାଙ୍କ ମତରେ ମେ ୯ରେ ହେବାକୁ ଥିବା ବାହାଘର ପାଇଁ ହୋଟେଲ ବୁକିଂ ଏବଂ ଅନ୍ୟ ସମସ୍ତ କାର୍ଯ୍ୟ ନିମନ୍ତେ ଅଗ୍ରୀମ ଦିଆ ସରିଥିଲା । ସେ ଜିଦ ଧରିବାକୁ ସବୁ ବାତିଲ କରାଯାଇଥିଲା । ଏବେ ବିବାହ ଜୁଲାଇରେ ହେବ । ରଜତ ୩ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୭ ମ୍ୟାଚରେ ୨୭୫ ରନ ସଂଗ୍ରହ କରିଛନ୍ତି । କ୍ୱାଲିଫାୟରରେ ତାଙ୍କଠାରୁ ଦଳ ଏବଂ ପ୍ରଶଂସକମାନେ ଏ ଭଳି ଆଉ ଏକ ଇନିଂସ ଆଶା କରୁଛି ।

Leave A Reply

Your email address will not be published.