Latest Odisha News

BREAKING NEWS

ମୋଦୀ, ପୁଟିନ୍ ଓ ଜିନପିଙ୍ଗଙ୍କ ସହ ଗୋଟିଏ ଫ୍ରେମ୍‌ରେ ନଜର ଆସିଲେ ଏହି ଯୁବକ! ଜାଣନ୍ତୁ କିଏ ଏହି ସିଦ୍ଧାର୍ଥ ବାବୁ?

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ବିଶ୍ୱର ତିନି ପ୍ରଭାବଶାଳୀ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏକାଠି ଛିଡ଼ା ହୋଇ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ତିନି ମହାଶକ୍ତିଙ୍କୁ ଛାଡ଼ିଦେଲେ ଫଟୋର ଠିକ୍ ପଛଭାଗରେ ଛିଡ଼ା ହୋଇଥିବା ଜଣେ ଯୁବକଙ୍କୁ ନେଇ ଇଣ୍ଟରନେଟ୍‌ରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଏହି ଶୀର୍ଷ ନେତାଙ୍କ ପଛରେ ଠିଆ ହୋଇଥିବା ଏହି ଯୁବକ ଜଣକ ପ୍ରକୃତରେ କିଏ?

ଆସନ୍ତୁ ଜାଣିବା ତାଙ୍କ ପରିଚୟ। ଏହି ଫଟୋରେ ଥିବା ଯୁବକ ଜଣକ ହେଉଛନ୍ତି ଭାରତୀୟ ବୈଦେଶିକ ସେବାର ଜଣେ ଦକ୍ଷ ଅଧିକାରୀ ସିଦ୍ଧାର୍ଥ ବାବୁ। କେରଳର ବାସିନ୍ଦା ସିଦ୍ଧାର୍ଥ ହେଉଛନ୍ତି ୨୦୧୯ ବ୍ୟାଚ୍‌ର ଆଇଏଫଏସ୍ ଅଫିସର। କଠିନ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିବା ପରେ ସେ ଭାରତୀୟ କୂଟନୈତିକ ସେବାରେ ଯୋଗ ଦେଇଥିଲେ। ସମ୍ପ୍ରତି ସେ ଚୀନ୍‌ର ରାଜଧାନୀ ବେଜିଂସ୍ଥିତ ଭାରତୀୟ ଦୂତାବାସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଜର ଦାୟିତ୍ୱ ତୁଲାଉଛନ୍ତି ।

ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଐତିହାସିକ ଦ୍ୱିପାକ୍ଷିକ ଆଲୋଚନା ବେଳେ ସିଦ୍ଧାର୍ଥ ହିଁ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ଦୋଭାଷୀ ଭାବେ କାର୍ଯ୍ୟ କରିଥିଲେ। ଚୀନ୍ ଭାଷା ‘ମାଣ୍ଡାରିନ୍’ରେ ତାଙ୍କର ଗଭୀର ଜ୍ଞାନ ଥିବାରୁ, ଦୁଇ ନେତାଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଫୋରମ୍‌ରେ ବଡ଼ ବଡ଼ ନେତାମାନେ ପରସ୍ପର ସହ ଆଲୋଚନା କରୁଥିବା ବେଳେ ସିଦ୍ଧାର୍ଥ ସେମାନଙ୍କ ପଛରେ ଛିଡ଼ା ହୋଇ ଭାଷାଗତ ସହାୟତା ପ୍ରଦାନ କରୁଥିବା ସମୟରେ କ୍ୟାମେରାରେ କଏଦ ହୋଇଥିଲେ ।

Leave A Reply

Your email address will not be published.