Latest Odisha News

BREAKING NEWS

EXCLUSIVE: ଓରଟେଲରୁ ଇଟିଭି ହଟିବା ପଛର କାରଣ କ’ଣ ? ଜବାବ ରଖିଲେ ଜଗି ପଣ୍ଡା

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଘରୋଇ ଇନଫୋଟେନ ଚ୍ୟାନେଲ ଇଟିଭି ଓଡ଼ିଆ । ଦେଶର ମିଡିଆ ଟାଇକୁନ ରାମୋଜି ରାଓଙ୍କ ଦ୍ୱାରା ପରିଚାଳିତ ଏହି ଚ୍ୟାନେଲ ରାଜ୍ୟରେ ଗୌଣ ହେବା ପଛରେ ଓଟିଭି ନେଟଓ୍ୱର୍କର ଗୋଟିଏ ବଡ ଭୂମିକା ରହିଛି । ଓଟିଭିର ସହଯୋଗୀ କମ୍ପାନୀ ଓରଟେଲ କମ୍ପାନୀ ବଜାରରେ ପ୍ରବେଶ କରିବା ବେଳେ ନିଜର ବ୍ୟବସାୟିକ ସ୍ୱାର୍ଥ ପାଇଁ ଇଟିଭିକୁ ନିଜ କେବୁଲରୁ ମନଇଚ୍ଛା ହଟାଇ ଦେବାରୁ ଇଟିଭି ଧୀରେ ଧୀରେ ନିଜର ଅସ୍ଥିତ୍ୱ ହରାଇଲା ବୋଲି କୁହାଯାଏ । କିନ୍ତୁ ଏହି ଘଟଣାର ସତ୍ୟାସତ୍ୟ କ’ଣ । ଏହି ହିଁ ସତ ନା ଆଉ କିଛି ? ପ୍ରଥମ ଥର ପାଇଁ ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ଚର୍ଚ୍ଚାର ଜବାବ ରଖିଛନ୍ତି ଜଗି ମଙ୍ଗତ ପଣ୍ଡା । ଯିଏକି ଓଟିଭିର ପ୍ରତିଷ୍ଠାତା ତଥା ମ୍ୟାନେଜିଂ ଡିରେକ୍ଟର । ଓଡ଼ିଶା ସମ୍ବାଦର ସମ୍ପାଦକ ‘ସନ୍ଦୀପଙ୍କ ସହ ଜବାବ ସୁଆଲ’ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଏହି ପ୍ରଶ୍ନର ଜବାବ ରଖିଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ତାଙ୍କର କେବୁଲ ବ୍ୟବସାୟ ଏବଂ ଟିଭି ଚ୍ୟାନେଲା ଆରମ୍ଭ ହେଉଥିଲା । ଏହି କେବୁଲ ନେଟଓ୍ୱର୍କରେ ଯିଏ ସାମିଲ ହେବ ତାକୁ କିଛି ପଇସା ଦେବାକୁ ପଡ଼ିବ । ଏହା ଥିଲା ସମସ୍ତଙ୍କ ପାଇଁ ନିୟମ । କିନ୍ତୁ ଇଟିଭି ଓଡ଼ିଆ ଏହି ପଇସା ଦେବାକୁ ରାଜି ନଥିଲା। ଅନ୍ୟପଟେ ଓଟିଭି ଏହି ସମୟରେ ଆଗକୁ ବଢୁଥିଲା । ତେଣୁ ବ୍ୟବସାୟିକ ପ୍ରତିଯୋଗିତା ଏବଂ ଇଟିଭିର ନୀତି ଓଟିଭିକୁ ଆଗକୁ ବଢ଼ିବାକୁ ସୁହାଇଲା । କାରଣ ପଇସା ନଦେବାରୁ ବାଧ୍ୟ ହୋଇ କେବୁଲରୁ ଇଟିଭି ହଟିଗଲା ।

ସେହିପରି ଚ୍ୟାନେଲ ଆରମ୍ଭ କରିବା ବେଳେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି । କରୋନା ବେଳେ ରାଜ୍ୟ ସରକାର ଯେଉଁ ଭଳି ମାନସିକତା ରଖି ଓଟିଭିକୁ ହଇରାଣ କରିଛନ୍ତି ତାହା ତାଙ୍କୁ ବହୁତ କଷ୍ଟ ଦେଇଛି । ସରକାର ଏବଂ ମିଡିଆର ମନାନ୍ତର ମଧ୍ୟରେ ତାଙ୍କର କର୍ମଚାରୀ ଜେଲ ଯାଇଛନ୍ତି । ଏହା ତାଙ୍କୁ ବହୁତ କଷ୍ଟ ଦେଇଛି । ସେହିପରି ଯେଉଁ ତିନି ଜଣ କର୍ମଚାରୀ ଚାକିରି ଛାଡି ଯାଇଛନ୍ତି ତାହା ତାଙ୍କର ନିଜସ୍ୱ ନିଷ୍ପତ୍ତି । ସେ କେବେ ତାଙ୍କୁ ବ୍ଲେମ କରୁନାହାନ୍ତି । ଏବେ ବି ସେ ତାଙ୍କର ଶୁଭେଚ୍ଛୁ ବୋଲି ଜଗି କହିଛନ୍ତି।

ସେ କହିଛନ୍ତି, ରାଜ୍ୟ ସରକାର ଚାହୁଁଥିଲେ ତାଙ୍କ ଶୈଳୀରେ ଓଟିଭି ଖବର ପ୍ରସାରଣ କରୁ । କିନ୍ତୁ ଆମେ ଆମ ନୀତିକୁ ବଦାଳଇବା ମୁଡରେ ନଥିଲୁ କି ଏକପାଖିଆ ଖବର ପ୍ରସାରଣ କରିବା ଉଦ୍ଦେଶ୍ୟ ନାହିଁ । ତେଣୁ ରାଜ୍ୟ ସରକାର ରାଗ ରଖି ଏପରି ସବୁ କେସ କରିଥିଲେ। ଯେଉଁ ସାରୁଅ ଜମି କଥା କୁହାଯାଉଛି ତାହା ତାଙ୍କ ସ୍ୱାମୀ ବିଜେଡିର ନେତା ଥିଲା ବେଳେ ଓଟିଭି ପାଇନି । ବରଂ କଂଗ୍ରେସର ଜେବି ପଟ୍ଟନାୟକ ସରକାର ସମୟରେ ସାରୁଅ ଜମି ପାଇଥିଲେ ବୋଲି କହିଛନ୍ତି । ଯେଉଁ ଲୋକ ମାନେ ଜମି ଦେଇଛନ୍ତି ତାଙ୍କୁ ତାଙ୍କ ଜମିରୂ ମୂଲ୍ୟ ଦିଆଯାଇଛି। ସେ କେବେ ତାଙ୍କ ସ୍ୱାମୀଙ୍କ ମାଧ୍ୟମରେ କିଛି ହାସଲ କରିବାକୁ ଇଚ୍ଛା ରଖି ନାହାନ୍ତି କି ବୈଜୟନ୍ତ କେବେ କାହାକୁ ଖୋସାମତ କରନ୍ତି ନାହିଁ ବୋଲି ଜଗି କହିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି ସ୍ପଷ୍ଟ ନୁହେଁ ତେଣୁ ତାଙ୍କ ଚ୍ୟାନେଲ ଯେଉଁଭଳି ବିଜ୍ଞାପନ ବାବଦରେ ମୂଲ୍ୟ ପାଇବା କଥା ତାଙ୍କ କମ୍ପାନୀ ପାଏ ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି, ନ୍ୟୁଜ ଚାନେଲରେ ବିଶେଷ ହସ୍ତକ୍ଷେପ କରନ୍ତି ନାହିଁ। ଓଟିଭି ନେଟଓ୍ୱର୍କର ଏଣ୍ଟରଟେନମେଣ୍ଟ ଚାନେଲରେ ସେ ଅଧିକ ସମ୍ପୃକ୍ତ ବୋଲି କହିଛନ୍ତି । ମୋର ରାଜନୀତିରେ ଆଗ୍ରହ ନାହିଁ। ଏକଥା ଅନେକ ଜାଣନ୍ତି । ମୋତେ କେବେ କୌଣସି ରାଜନୈତିକ ଦଳରୁ ଅଫର ଆସିନି।

ଉଲ୍ଲେଖଯୋଗ୍ୟ, ଇତିମଧ୍ୟରେ ଏବେ ଇଟିଭି ନ୍ୟୁଜ ବନ୍ଦ ହୋଇସାରିଥିବା ବେଳେ ସେଟଅପ୍ ବକ୍ସର ଚାହିଦା ବଢ଼ିବା ପରେ ଓରଟେଲ ମଧ୍ୟ ବନ୍ଦ ହୋଇସାରିଛି ।

Leave A Reply

Your email address will not be published.