Latest Odisha News

BREAKING NEWS

ଡାକ୍ତରୀ ପାଠ ପଢିବା ପାଇଁ ୟୁକ୍ରେନ୍‌କୁ କାହିଁକି ବାଛିଥିଲେ ଭାରତୀୟ ଛାତ୍ରଛାତ୍ରୀ ?

ଭୁବନେଶ୍ୱର: ୟୁକ୍ରେନ୍‌ରେ ଏବେ ବି ଫଶି ରହିଛନ୍ତି ହଜାରହଜାର ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ । ପ୍ରାୟ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା ଚଳାଇଛନ୍ତି ଭାରତ ସରକାର । ସଦ୍ୟ ସ୍ଥିତିରେ ରୁଷର ଘନଘନ ଆକ୍ରମଣ ପାଇଁ ଭାରତ ଓ କିଭ୍ ମଧ୍ୟରେ ବିମାନ ଚଳାଚଳ ଠପ୍ ପଡିଛି । ତଥାପି ଫଶି ରହିଥିବା ଛାତ୍ରଛାତ୍ରୀଙ୍କୁ ସେଠୁ ଉଦ୍ଧାର କରିବା ଲାଗି ଭାରତ ଅନ୍ୟ ବିକଳ୍ପ ଖୋଜିବାରେ ଲାଗିପଡିଛି ।

ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ହେଲ୍ପ ଲାଇନ୍ ନମ୍ବର ଜାରି କରି ଭାରତୀୟ ନାଗରିକଙ୍କୁ ଥଇଥାନ କରିବାକୁ ଯଥା ସମ୍ଭବ ଚେଷ୍ଟା ଚଳାଇଛି । ୟୁକ୍ରେନରେ ବହୁସଂଖ୍ୟାର ଭାରତୀୟ ନାଗରିକ ଫଶି ରହିଥିଲାବେଳେ ଅଧିକାଂଶ ଇଂଜିନିଅରିଂ ଓ ଡାକ୍ତରୀ ଛାତ୍ରଛାତ୍ରୀ ଥିବା ଜଣାପଡିଛି । ଏପରି ସ୍ଥିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ଯେ, କାହିଁକି ଭାରତୀୟ ଛାତ୍ରଛାତ୍ରୀମାନେ ପାଠ ପଢିବା ଲାଗି ୟୁକ୍ରେନକୁ ବାଛିଥିଲେ ।

ଅଧିକାଂଶ ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନ୍‌ରେ ଡାକ୍ତରୀ ପାଠ ପଢିବାକୁ ଯାଇଛନ୍ତି । ଏହାର କାରଣ ଭାରତୀୟ କଲେଜ ତୁଳନାରେ ସେଠିକାର ଘରୋଇ ମେଡିକାଲ କଲେଜରେ ପାଠପଢା ଫିସ୍ ଯଥେଷ୍ଟ କମ୍ । ୟୁକ୍ରେନ୍‌ର କଲେଜ ଗୁଡିକ ୱାର୍ଲଡ୍ ହେଲ୍‌ଥ କାଉନସିଲ୍ ଦ୍ୱାରା ମାନ୍ୟତାପ୍ରାପ୍ତ । ଏଠିକାର ଡିଗ୍ରୀ ଇଣ୍ଡିଆନ୍ ମେଡିକାଲ କାଉନସିଲରେ ମଧ୍ୟ ମାନ୍ୟତା ହାସଲ କରିଛି ।

ଭାରତକୁ ବାଦ୍ ଦେଲେ ୟୁକ୍ରେନ୍ ସ୍ଥିତ କଲେଜଗୁଡିକର ଡିଗ୍ରୀ ପାକିସ୍ତାନ ମେଡିକାଲ ଓ ଡେଣ୍ଟାଲ୍ କାଉନସିଲ୍‌, ୟୁରୋପିଆନ୍ କାଉନସିଲ୍ ଅଫ୍ ମେଡିସିନ୍ ଓ ଜେନେରାଲ୍ ମେଡିକାଲ କାଉନସିଲ୍ ଅଫ୍ ଦ ୟୁନାଇଟେଡ୍ କିଙ୍ଗ୍‌ଡମ୍ ଦ୍ୱାରା ମାନ୍ୟତାପ୍ରାପ୍ତ ।

Comments are closed, but trackbacks and pingbacks are open.