Latest Odisha News

ବିଶ୍ୱକପରେ ସାମିଲ ହୋଇଥିବା ଖେଳାଳି ଏସିଆନ ଗେମ୍ସରେ ଖେଳିବେନି: ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସମ୍ପନ୍ନ ହୋଇଛି । ଏସିଆନ ଗେମ୍ସରେ ଖେଳିବା ପାଇଁ ଏହି ଅବସରରେ ପୁରୁଷ ଓ ମହିଳା ଟିମକୁ ମଂଜୁରୀ ପ୍ରଦାନ କରାଯାଇଛି । ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଚୀନରେ ଏସିଆନ ଗେମ୍ସ ଆୟୋଜିତ ହେବ । ବିଶ୍ୱକପରେ ସାମିଲ ହୋଇଥିବା ବିରାଟ କୋହଲି, ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଖେଳାଳି ଏସିଆନ ଗେମ୍ସରେ ଖେଳିବେ ନାହିଁ । ଅକ୍ଟୋବର ୫ରେ ବିଶ୍ୱକପ ଆରମ୍ଭ ହେବାକୁ ଥିବାରୁ ଏହି ପଦକ୍ଷେପ ନିଆଯାଇଛି । ବିଶ୍ୱକପ ପାଇଁ ଦଳ ଘୋଷଣା ହେବା ପରେ ଏସିଆନ ଗେମ୍ସ ପାଇଁ ଖେଳାଳି ଚୟନ କରାଯିବ । ଶିଖର ଧାୱନ ଦଳର ନେତୃତ୍ୱ ନେବା ସମ୍ଭାବନା ଅଧିକ ରହିଛି ।

BjdElectrycity

ଅପରପକ୍ଷରେ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଶକ୍ତିଶାଳୀ ମହିଳା ଟିମ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବ । ୨୦୧୦ ଓ ୨୦୧୪ ପରେ ତୃତୀୟ ଥର ପାଇଁ ଏସିଆନ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ଇମ୍ପାକ୍ଟ ଖେଳାଳି ନିୟମ ଜାରୀ ରହିବ ବୋଲି ବୋର୍ଡ ସ୍ପଷ୍ଟ କରିଛି । ଏହା ବ୍ୟତୀତ ଦେଶର କ୍ରିକେଟ ଷ୍ଟାଡିୟମଗୁଡିକୁ ଅପଗ୍ରେଡ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.