Latest Odisha News

BREAKING NEWS

‘ମହାରାଷ୍ଟ୍ର ରାଜନୀତି’ ସିନ୍ଦେ ଗୋଷ୍ଠୀର ଧମକ !

ଭୁବନେଶ୍ୱର: ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ। ମହାରାଷ୍ଟ୍ର ରାଜନୀତିର ଅନଏକ୍ସପେକଟେଡ଼ ଚେହେରା ବୋଲି କୁହାଯାଉଥିବା ଅଜିତ ପାୱାରଙ୍କୁ ନେଇ ଖପ୍ପା ଏକନାଥ ସିନ୍ଦେ ଗୋଷ୍ଠୀ।

ଅଜିତ ପାୱାର ବିଜେପିରେ ମିଶିବା ପ୍ରସଙ୍ଗକୁ ନେଇ ଏକନାଥ ସିନ୍ଦେ ଗୋଷ୍ଠୀ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯଦି ଅଜିତ ପାୱାରଙ୍କ ଗୋଷ୍ଠୀ ବିଜେପି ସହ ସାମିଲ ହୁଅନ୍ତି ତେବେ ଏକନାଥଙ୍କ ଶିବସେନା ସରକାରରୁ ଓହରିଯିବ ବୋଲି ସିନ୍ଦେ ଗୋଷ୍ଠୀ ପକ୍ଷରୁ କୁହାଯାଇଛି।

ଅଜିତ ପାୱାର ଯଦି ଏନସିପି ଛାଡ଼ି ବିଜେପି କିମ୍ବା ଏକନାଥଙ୍କ ଶିବସେନାରେ ମିଶିବେ ତା’ହେଲେ ତାଙ୍କୁ ସ୍ୱାଗତ କରାଯିବ। କିନ୍ତୁ ସେ ଯଦି ଏନସିପିର କିଛି ବିଧାୟକଙ୍କ ସହ ଆସି ବିଜେପି ସହ ମିଶିବେ ତା’ହେଲେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସରକାରରୁ ଓହରିଯିବ ବୋଲି ସିନ୍ଦେ ଗୋଷ୍ଠୀର ଶିବସେନା ବିଧାୟକ ତଥା ମୁଖପାତ୍ର ସଞ୍ଜୟ ଶିରସାତ କହିଛନ୍ତି।

ଅଜିତ ପାୱାର ବିଜେପି ଓ ଶିବସେନାର ବିଚାରଧାରାକୁ ଗ୍ରହଣ କଲେ ତାଙ୍କୁ ସ୍ୱାଗତ କରାଯିବ। ଯଦି ସେ ଏନସିପିର କିଛି ବଧାୟକଙ୍କୁ ଧରି ବିଜେପିରେ ମିଶିବେ, ତେବେ ଏହା ଠିକ ହେବ ନାହିଁ ବୋଲି କୁହାଯାଇଛି। ଅଜିତ ପାୱାର ଏବେ ଉଦ୍ଧବ ଠାକରେଙ୍କ ନେତୃତ୍ୱକୁ ଗ୍ରହଣ କରୁନାହାନ୍ତି ବୋଲି ଆଲୋଚନା ହେଉଛି। ତାଙ୍କୁ ଆଉ ମୁକ୍ତ ଭାବେ କାମ କରିବାକୁ ସୁଯୋଗ ମିଳୁନି ବୋଲି ଏକନାଥ ସିନ୍ଦେ ଗୋଷ୍ଠୀ ପକ୍ଷରୁ କୁହାଯାଇଛି।

ତେଣୁ ଏ ସମ୍ପର୍କିତ ଚର୍ଚ୍ଚା ଏବେ ପୁଣି ତୀବ୍ର ହେବାରେ ଲାଗିଛି। ୪୦ ରୁ ଅଧିକ ଏନସିପି ବିଧାୟକଙ୍କୁ ସାଙ୍ଗରେ ନେଇ ଅଜିତ ପାୱାର ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହୋଇଆସୁଛି। କିନ୍ତୁ ଅଜିତ ଏହାକୁ ଖଣ୍ଡନ କରିଥିବା ହେଲେ ଶରଦ ପାୱାର ମଧ୍ୟ ଖଣ୍ଡନ କରିଛନ୍ତି।

କିନ୍ତୁ ସୁପ୍ରିମକୋର୍ଟରେ ଶିବସେନା ସମ୍ପର୍କିତ ମାମଲାର ଶୁଣାଣି ମୁଖ୍ୟବିଚାରପତିଙ୍କ ଖଣ୍ଡପୀଠରେ ହେବ। ଏକନାଥ ସିନ୍ଦେଙ୍କ ସହ ଆସିଥିବା ବିଧାୟକଙ୍କ ଭାଗ୍ୟ ଏହି ନିଷ୍ପତ୍ତିରେ ଅଟକିଛି।

ତେଣୁ ତା ପୂର୍ବରୁ ବିଜେପି ନିଜର ସ୍ଥିତି ଦୃଢ଼ କରିବା ପାଇଁ ଅଜିତ ଓ ତାଙ୍କ ସମର୍ଥିତ ବିଧାୟକଙ୍କୁ ନିଜ ଆଡ଼କୁ ନେବାକୁ ଚାହୁଁଥିବା କୁହାଯାଉଛି। ଯାହା ଫଳରେ ଯଦି କୋର୍ଟଙ୍କ ରାୟରେ ଏକନାଥଙ୍କ ଗୋଷ୍ଠୀର ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ହୁଏ ତାହେଲେ ସେ ସ୍ଥାନ ଅଜିତ ଗୋଷ୍ଠୀ ପୂରଣ କରିବେ ବୋଲି ଚର୍ଚ୍ଚା ହେଉଛି।

କିନ୍ତୁ ଏହା ପୂର୍ବରୁ ଏକନାଥ ଗୋଷ୍ଠୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି। କିନ୍ତୁ ଆଗକୁ ମହାରାଷ୍ଟ୍ର ରାଜନୀତି କେଉଁ ଆଡ଼କୁ ଗତି କରୁଛି ତା ଉପରେ ନଜର।

Leave A Reply

Your email address will not be published.