Latest Odisha News

BREAKING NEWS

ଏସିଆନ୍ ଗେମ୍ସ: ଜାପାନର କାରୋଗୀ ସ୍ପୋର୍ଟସ ପାର୍କ ଗ୍ରାଉଣ୍ଡ ଓ ଶୌଚାଳୟ ସୁବିଧାକୁ ନେଇ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ୨୦୨୬ ଏସିଆନ୍ ଗେମ୍ସରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ ପାଇଁ ଜାପାନର କାରୋଗୀ ସ୍ପୋର୍ଟସ ପାର୍କକୁ ଚୟନ କରାଯାଇଛି । ତେବେ ଏହି ମୈଦାନରେ ଶୌଚାଳୟ ମୁଖ୍ୟ ଗ୍ରାଉଣ୍ଡରୁ ଅଧ କିଲୋମିଟର ଦୂରରେ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜାପାନ କ୍ରିକେଟ୍ ଏସୋସିଏସନ୍ ଏହାକୁ ସମ୍ପୂର୍ଣ୍ଣ ଗୁଜବ ବୋଲି କହି ସ୍ପଷ୍ଟୀକରଣ ଦେଇଛି । ଜାପାନ କ୍ରିକେଟ୍ ଏସୋସିଏସନ୍‌ର ସିଇଓ ନାଓକି ଆଲେକ୍ସ ମିୟାଜୀ କହିଛନ୍ତି ଯେ ଖେଳାଳି ଏବଂ ଅଫିସିଆଲ୍‌ସଙ୍କ ପାଇଁ ଶୌଚାଳୟ ଗ୍ରାଉଣ୍ଡଠାରୁ ଅଧ କିଲୋମିଟର ଦୂରରେ ଥିବା ଦାବି ସମ୍ପୂର୍ଣ୍ଣ ଆଧାରହୀନ । ମ୍ୟାଚ୍ ଆୟୋଜନ ସ୍ଥଳରେ ହିଁ ଉପଯୁକ୍ତ ଶୌଚାଳୟର ସୁବିଧା ରହିବ ।

ପୂର୍ବରୁ ଏହି ଗ୍ରାଉଣ୍ଡଟି ଏକ ବେସବଲ୍ ମୈଦାନ ଥିଲା । ଏହାକୁ ଆନ୍ତର୍ଜାତୀୟ କ୍ରିକେଟ୍ ମାନକ ଅନୁସାରେ ପ୍ରସ୍ତୁତ କରାଯାଇଛି । ଖେଳାଳିଙ୍କ ପାଇଁ ଅସ୍ଥାୟୀ ଡ୍ରେସିଂ ରୁମ୍ ବ୍ୟବସ୍ଥା କରାଯାଇଥିଲେ ବି ତାହା ସମ୍ପୂର୍ଣ୍ଣ ଆରାମଦାୟକ ହେବ । କାରୋଗୀ ସ୍ପୋର୍ଟସ ପାର୍କ ନାଗୋୟା ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ । ଯଦି କୌଣସି ଦଳକୁ ଆୟୋଜକଙ୍କ ଦ୍ୱାରା ଦିଆଯାଇଥିବା ରହିବା ବ୍ୟବସ୍ଥା ପସନ୍ଦ ନଆସେ, ତେବେ ସେମାନେ ନିଜସ୍ୱ ହୋଟେଲ ବୁକ୍ କରିବାର ବିକଳ୍ପ ରହିଛି । ବର୍ତ୍ତମାନ ଏହି ଗ୍ରାଉଣ୍ଡରେ ପ୍ରାୟ ୩୦୦ ଜଣ ଦର୍ଶକ ବସିବାର କ୍ଷମତା ରହିଛି, କିନ୍ତୁ ଏସିଆନ୍ ଗେମ୍ସ ପାଇଁ ଅସ୍ଥାୟୀ ଷ୍ଟାଣ୍ଡ ନିର୍ମାଣ କରାଯାଇ ଦର୍ଶକ ଧାରଣ କ୍ଷମତା ୨,୦୦୦ କୁ ବୃଦ୍ଧି କରାଯିବ ।

Leave A Reply

Your email address will not be published.