Latest Odisha News

ରାଉରକେଲା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମହିଳା ମୃତ

ରାଉରକେଲା : ପାନପୋଷ ସ୍ଥିତ ହକି ଛକ ନିକଟରେ ବୁଧବାର ଦିନ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଉକ୍ତ ଡ୍ରାଇଭର ଜଣକ ଟ୍ରକ୍ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି ।

ଖବର ପାଇ ରଘୁନାଥପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।

ତେବେ ମୃତ ମହିଳାଙ୍କ ପରିଚୟ ଏଯାବତ୍ ମିଳିପାରିନାହିଁ ।

Leave A Reply

Your email address will not be published.