Latest Odisha News

BREAKING NEWS

କେଶ କାଟିବାକୁ ବିମାନ ଯୋଗେ ବ୍ରିଟେନରୁ ତୁର୍କୀ ଯାଆନ୍ତି ମହିଳା, କାରଣ ଜାଣିଲେ ଆପଣ ନିଶ୍ଚୟ ପ୍ରଶଂସା କରିବେ

ବ୍ରିଟେନ: ଆଜିକାଲି ଧନୀ ବ୍ୟକ୍ତିଙ୍କ ପାଖରେ ସବୁକିଛି ସମ୍ଭବ । ସେମାନେ ଧନ ବଳରେ ସବୁ କାମ କରିପାରନ୍ତି । କିନ୍ତୁ ମଧ୍ୟବିତ୍ ପରିବାର ଲୋକେ କମ୍ ଖର୍ଚ୍ଚରେ କିପରି ଭଲ ସୁବିଧା ପାଇପାରିବେ ସେଥିଲାଗି ସବୁବେଳେ ଚେଷ୍ଟା କରିଥାନ୍ତି । ବିଟ୍ରେନରେ ଏମିତି ଜଣେ ମହିଳା ଅଛନ୍ତି ଯିଏକି ନିଜର କେଶ କାଟିବାକୁ ପ୍ରତ୍ୟକଥର ବିମାନ ଯୋଗେ ତୁର୍କୀ ଯାଇଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ କାହିଁକି ଏପରି କରିଥାନ୍ତି । ମହିଳା ଜଣକ ନିଜେ ଏହି କଥା ସୋସିଆଲ ମିଡିଆରେ ସେୟାର କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି ।

ସାଧାରଣତଃ କେଶ କାଟିବା ଓ ରଙ୍ଗ କରିବା ପାଇଁ ୪ ହଜାରରୁ ଆରମ୍ଭ କରି ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ଅନେକ ଲୋକ କମ୍ ଖର୍ଚ୍ଚରେ କିପରି ନିଜର କେଶ କାଟିପାରିବେ ସେଥିଲାଗି ଚେଷ୍ଟା ମଧ୍ୟ କରିଥାନ୍ତି । କେହି କେହି ଘରୋଇ ଉପଚାର କରିବା ସହ ଘରେ କେଶ ମଧ୍ୟ କାଟି ଦେଇଥାନ୍ତି । ବ୍ରିଟେନର ଏହି ମହିଳା ଜଣକ କେଶ କାଟିବା ପାଇଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି ଯେ, ମୁଁ ମୋର କେଶର ଖୁବ୍ ଯତ୍ନ ନେଇଥାଏ । ତେଣୁ ମୁଁ କେଶ କାଟିବା ଓ ରଙ୍ଗ କରିବାକୁ ବ୍ରିଟେନରୁ ତୁର୍କୀ ଯାଇଥାଏ । ଦୀର୍ଘ ୧୦ ବର୍ଷ ହେଲା ତୁର୍କୀର ଏକ ପାଲରକୁ ଯାଉଛି । ଆଗରୁ ମୁଁ ଓ ମୋ ମାଆ ଏହି ପାର୍ଲରକୁ ନିୟମିତ ଆସୁଥିଲୁ । ଆପଣ ଭାବୁଥିବେ ମୋ ପାଖରେ ବୋଧହୁଏ ଅଧିକ ଟଙ୍କା ଅଛି ବା ମୁଁ ଧନୀ ଶ୍ରେଣୀର, ତାହା ଜମା ନୁହେଁ । ମୁଁ କେବଳ ଖର୍ଚ୍ଚ କାଟ ବା କମ୍ ଖର୍ଚ୍ଚରେ କିପରି କରିପାରିବି ସେଥିଲାଗି ଯାଇଥାଏ । କାରଣ ବ୍ରିଟେନରେ ଚୁଟି କାଟିବା ବା ରଙ୍ଗ କରିବା ପାଇଁ ପାଖାପାଖି ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ହେଲେ ତୁର୍କୀରେ ମାତ୍ର ୨ ହଜାର ଟଙ୍କାରେ ହୋଇଯାଇଥାଏ । ବିମାନ ଭଡ଼ା ମାତ୍ର ୧ ହଜାର ଟଙ୍କା ଦେବାକୁ ପଡ଼େ । ସେଥିଲାଗି ମୁଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରିଥାଏ । ତୁର୍କୀ ଅର୍ଥନୀତି ହେତୁ ଏଠାରେ ଏହି କାମ ଶସ୍ତା ହୋଇଯାଏ । ଏହି ଘଟଣା ସୋସିଆଲ ମିଡ଼ିଆରେ ସେୟାର ହେବା ପରେ ଯୁବତୀଙ୍କ ଏପରି କାର୍ଯ୍ୟକୁ ଅନେକ ପ୍ରଶଂସା କରିଛନ୍ତି ।
ପୂର୍ବରୁ ମଧ୍ୟ ଜଣେ ବ୍ୟକ୍ତି ଅଧିକାଂଶ ସମୟ ପିଜା ଖାଇବା ପାଇଁ ବ୍ରିଟେନରୁ ଇଟାଲୀ ଯାଇ ଚର୍ଚ୍ଚାକୁ ଆସିଥିବାର ନଜିର ଅଛି ।

Leave A Reply

Your email address will not be published.