Latest Odisha News

BREAKING NEWS

ଫେସ୍‌ବୁକ୍ ଫ୍ରେଣ୍ଡ ପାଇଁ ଘରେ କଳାକନା ବୁଲାଇଲେ ବିବାହିତା ମହିଳା

ଚେନ୍ନାଇ: ଘରୁ ୪୩.୦୯ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ପୋଲିସରେ ଏତଲା ଦେଇଥିଲେ ଚେନ୍ନାଇର ଜଣେ ବ୍ୟବସାୟୀ । ହେଲେ ତଦନ୍ତରେ ଯାହା ସାମ୍ନାକୁ ଆସିଥିଲା, ତାହା ପୋଲିସ ନୁହେଁ ବରଂ ଅଭିଯୋଗକାରୀଙ୍କୁ ତାଜୁବ କରିଥିଲା ।

ନଭେମ୍ବର ୨୪’ରେ ମାଣ୍ଡଭେଲୀ ଅଂଚଳର ଥମିମ୍ ଅନସାରୀ ନାମକ ଜଣେ ବ୍ୟକ୍ତି ଘର କପ୍‌ବୋର୍ଡରୁ ୪୩.୦୯ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯେର୍କୁ ଭିତ୍ତି କରି ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା ।

ଛାନ୍‌ଭିନ୍‌ରୁ ଜଣାପଡିଥିଲା ଚୋରି ହୋଇଥିବା ସମୟରେ ଥମିମ୍‌ଙ୍କ ପୁଅର ଜନ୍ମଦିନ ଉତ୍ସବ ବି ଅନୁଷ୍ଠିତ ହୋଇଥିଲା । ଏହି କାରଣରୁ ଘରକୁ ଆସିଥିବା ଅତିଥୀ ବି ପୋଲିସ ରାଡାର୍‌କୁ ଆସିଥିଲେ । ପୋଲିସ ସେମାନଙ୍କୁ ପଚରାଉଚରା କରିଥିଲେ ବି କୌଣସି ସୁରାକ ହାତରେ ଲାଗିନଥିଲା । ହେଲେ ଶେଷରେ ଥମିମ୍‌ଙ୍କ ସ୍ତ୍ରୀ ଜେରାର ସାମ୍ନା କରିବା ପରେ ସାମ୍ନାକୁ ଆସିଥିଲା ଚାଂଚଲ୍ୟକର ତଥ୍ୟ ।

ଥମିମ୍‌ଙ୍କ ସ୍ତ୍ରୀ ଥନସିମ୍ ପୋଲିସକୁ ଦେଇଥିଲେ ଚାଂଚଲ୍ୟକର ବୟାନ୍ । ସେ ହିଁ ଘରୁ ଟଙ୍କା ଚୋରି କରି ରିଆଜ୍ ଏହମଦ ନାମକ ଜଣେ ଫେସ୍‌ବୁକ ଫ୍ରେଣ୍ଡକୁ ଦେଇଥିଲେ । ପରେ ଜଣାପଡିଥିଲା ଥନସିମ୍ ଓ ଏହମଦଙ୍କ ମଧ୍ୟରେ ଫେସବୁକ ଜରିଆରେ ବନ୍ଧୁତା ସ୍ଥାପନ ହୋଇଥିଲା ।

ତେବେ ଘରୁ ଟଙ୍କା ଚୋରି କରିବା ପାଇଁ ପୁଅର ଜନ୍ମଦିନକୁ ଥନସିମ୍ ଅପେକ୍ଷା କରିଥିଲେ । ଥନସିମ୍‌ଙ୍କଠାରୁ ସମସ୍ତ ଘଟଣା ବୁଝିବା ପରେ ରିଆଜ ଏହମଦକୁ ପୋଲିସ ନଗଦ ଟଙ୍କା ସହ ଗିରଫ କରିଛି । ଅନ୍ୟପଟେ ଥନସିମ୍ ଥାନାରେ ଅଟକ ଥିବାବେଳେ ହରଡଘଣାରେ ପଡିଛନ୍ତି ଥମିମ୍ ଅନ୍‌ସାରୀ ।

Leave A Reply

Your email address will not be published.