Latest Odisha News

BREAKING NEWS

ଓଡ଼ିଶାରେ ଆମ୍ୟୁଜମେଣ୍ଟ ପାର୍କ ଖୋଲିବ ‘ୱଣ୍ଡରେଲା’

ଭୁବନେଶ୍ବର: ଆମ୍ୟୁଜମେଣ୍ଟ ପାର୍କ ସଂଚାଳକ “ୱଣ୍ଡରେଲା ହଲିଡେ ଲିମିଟେଡ଼” ଖୁବଶୀଘ୍ର ଓଡ଼ିଶାରେ ଏକ ଆମ୍ୟୁଜମେଣ୍ଟ ପାର୍କ ଖୋଲିବା ନେଇ ଇଚ୍ଛା ପ୍ରକାଶ କରିଛି ।

ଓଡ଼ିଶାରେ ଏକ ଆମ୍ୟୁଜମେଣ୍ଟ ପାର୍କ ସ୍ଥାପନା ପାଇଁ ଓଡିଶା ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ବୋର୍ଡ ମଞ୍ଜୁରୀ ଦେଇଥିବା ମଙ୍ଗଳବାର ୱଣ୍ଡରେଲା କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

ମାତ୍ର ୱଣ୍ଡରେଲା ଏଯାଏଁ ଏହି ପ୍ରୋଜେକ୍ଟ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିନାହିଁ ।

ବର୍ତ୍ତମାନ ୱଣ୍ଡରେଲା ଚେନ୍ନାଇଠାରେ ୩୫୦ କୋଟି ବ୍ୟୟରେ ଆମ୍ୟୁଜମେଣ୍ଟ ପାର୍କ ତିଆରି କରୁଥିବା ସୂଚନା ରହିଛି ।

Leave A Reply

Your email address will not be published.