Latest Odisha News

BREAKING NEWS

ଇଂଲଣ୍ଡର ବିଶାଳ ୩୩୭ ରନ ସାମ୍ନାରେ ଭାରତର ସଂଘର୍ଷ ଜାରି

ଲଣ୍ଡନ: ବିଶ୍ୱକପରେ ରବିବାର ଦିନ ଅନୁଷ୍ଠିତ ହେଉଛି ମହାମୁକାବିଲା । ବିଶ୍ୱକପର ଦୁଇ ଦାବିଦାର ଦଳଙ୍କ ମଧ୍ୟରେ ମ୍ୟାଚ୍ ଜିତିବାକୁ ଚାଲିଛି କଡ୍ଡା ଟକ୍କର୍ । ଇଂଲଣ୍ଡର ବିଶାଳ ୩୩୭/୭ ଜବାବରେ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ସଂଘର୍ଷ ଜାରି ରଖିଛି । ଏପର୍ଯ୍ୟନ୍ତ ଭାରତ ୨୧ ଓଭର ଖେଳି ଗୋଟିଏ ୱିକେଟ ବିନିମୟରେ କରିଛି ୧୦୦ ରନ । କେ ଏଲ ରାହୁଲ କୌଣସି ରନ ନ’କରି ଆଉଟ୍ ହୋଇଥିବା ବେଳେ କପ୍ତାନ କୋହଲୀ ୫୩ ରନ ଏବଂ ଓପନର୍ ରୋହିତ ଶର୍ମା ୪୭ ରନ କରି କ୍ରିଜ୍ ରେ ଖେଳୁଛନ୍ତି ।

ଟସ ଜିତି ଇଂଲଣ୍ଡ ଅଧିନାୟକ ମୋର୍ଗାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଇଂଲଣ୍ଡ ଓପନର୍ ବେୟାରଷ୍ଟୋରଙ୍କ ଆକର୍ଷଣୀୟ ୧୧୧ ରନ ବଳରେ ଇଂଲଣ୍ଡ ଏକ ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଛି । ସେହିପରି ଜାସନ୍ ରଏ ୬୬ ରନ, ଷ୍ଟୋକ୍ସଙ୍କ ବିସ୍ଫୋରକ ୭୯ ରନ ଏବଂ ରୁଟଙ୍କ ୪୪ ରନ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ କରିଥିଲା ୩୩୭ ରନ ।

Leave A Reply

Your email address will not be published.