Latest Odisha News

BREAKING NEWS

୪୦ ବର୍ଷରୁ କମ୍‌ ବୟସର ଲୋକଙ୍କଠାରେ କରୋନା ସଂକ୍ରମଣ ଓ ମୃତ୍ୟୁ ଆଶଙ୍କା ଅଧିକ!

ନୂଆଦିଲ୍ଲୀ: କରୋନା ଡେଲ୍‌ଟା ପ୍ରଜାତି ଯୁବକମାନଙ୍କ ପାଇଁ ଅଧିକ ବିପଦଜନକ ବୋଲି ଜଣାପଡ଼ିଛି। ୪୦ ବର୍ଷରୁ କମ୍‌ ବୟସର ଲୋକଙ୍କଠାରେ କରୋନା ମୃତ୍ୟୁ ଆଶଙ୍କା ମଧ୍ୟ ଅଧିକ ରହିଛି। ତଥ୍ୟ ଅନୁଯାୟୀ କୋଭିଡ୍-୧୯ର ଡେଲଟା ଭାରିଆଣ୍ଟ୍ ଯୋଗୁ ଅନେକ ଯୁବକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଯୁବକମାନଙ୍କ ଉପରେ ଏହା ଗୁରୁତର ପ୍ରଭାବ ପକାଉଥିବା ନୂତନ ଅଧ୍ୟୟନରୁ ଜଣାପଡ଼ିଛି।

ନ୍ୟୁକସେଲ ୟୁନିଭରସିଟି ଅଫ୍ ମେଡିସିନ୍ ଆଣ୍ଡ ପବ୍ଲିକ୍ ହେଲ୍ଥ, କନଜୁଏଣ୍ଟ୍ ପ୍ରଫେସର ପିଟର ୱାର୍କ ଏକ ବିଶ୍ଳେଷଣ କରିଛନ୍ତି ଯେ ନ୍ୟୁ ସାଉଥ ୱେଲ୍ସରେ ଡେଲଟାର ପ୍ରକୋପ ବଢିବାରେ ଲାଗିଛି। ଏହାଫଳରେ ହସ୍ପିଟାଲରେ ଅଧିକ ସଂଖ୍ୟକ ଯୁବକମାଙ୍କୁ ଭର୍ତ୍ତି ହେଉଥିବା ଦେଖିବାକୁ ମିଳିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ନ୍ୟୁ ସାଉଥ ୱେଲ୍ସରେ ରେକର୍ଡ ହୋଇଥିବା ୬୭ ପ୍ରତିଶତ ନୂତନ ମାମଲାରେ ୪୦ ବର୍ଷରୁ କମ୍ ଲୋକ ଅନ୍ତର୍ଭୁକ୍ତ ଅଛନ୍ତି।

Leave A Reply

Your email address will not be published.