Latest Odisha News

BREAKING NEWS

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମୃତକ ଜଣକ ପୁରୀ ଜିଲ୍ଲାର ହୋଇଥିବା ବେଳେ ରୋପୱେ ମରାମତି କରିବାକୁ ୨୮ ତାରିଖରେ ସେଠାକୁ ଆସିଥିଲେ ବୋଲି କୁହାଯାଉଛି।

ଗତ ୨୮ ତାରିଖରୁ ସ୍ଥାନୀୟ ଅଞ୍ଚଳରେ ଲକ୍ଷ୍ମୀପ୍ରିୟା ନାମକ ଏକ ହୋଟେଲରେ ରହୁଥିଲେ ଉକ୍ତ ଯୁବକ। ଆଜି ସକାଳୁ ହୋଟେଲ ନିକଟରେ ମନୋଜଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଏହି ଘଟଣାରେ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments are closed.