Latest Odisha News

BREAKING NEWS

କାର ରଖି ନଦୀକୁ ଡେଇଁଲେ ଯୁବକ;ଖୋଜାଖୋଜି ଜାରି

ରାଉରକେଲା:ବ୍ରାହ୍ମଣୀ ତରଙ୍ଗ ନୂଆବ୍ରାହ୍ମଣୀ ବ୍ରିଜରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ରିଜ ଉପରେ କାର ରଖି ଜଣେ ଯୁବକ ନଦୀକୁ ଡେଇଁ ପଡିଥିଲେ। ନଦୀକୁ ଡେଇଁଥିବା ଯୁବକ ଜଣକ ସିଭିଲ ଟାଉନ୍ସିପ ଅଞ୍ଚଳର ବୋଲି ସୂଚନା ମିଳିଛି।

ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ହେଲେ ଯୁବକଙ୍କ କୌଣସି ପତ୍ତା ମିଳିପାରି ନାହିଁ। ନଦୀରେ ପ୍ରବଳ ସ୍ରୋତ ଥିବାରୁ ଉଦ୍ଧାର କାର୍ଯ୍ୟରେ ଚ୍ୟାଲେଞ୍ଜ ସୃଷ୍ଟି ହେଉଥିବା ଜଣାପଡ଼ିଛି। ନିଖୋଜ ଯୁବକ ଜଣକ ସିଭିଲ୍ ଟାଉନ୍‌ସିପ୍ ଅଞ୍ଚଳର ଶିବରାମ ସାହୁ । ତେବେ ଶିବରାମ ସାହୁ କେଉଁ କାରଣରୁ ନଦୀକୁ ଡେଇଁଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

 

Comments are closed.