Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅଧରାତିରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ ଗିରଫ

ନବରଙ୍ଗପୁର: ଅଶାନ୍ତ ନବରଙ୍ଗପୁର । କଥା କଥାରେ ବୁଲୁଛି ଖଣ୍ଡା । ବିଚ୍ ରାସ୍ତାରେ ଗଡ଼ୁଛି ମୁଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ହୋଇଥିବା ଆକ୍ରମଣରେ ଶେଖ୍ ନିଜାମଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ କିଛି ଯୁବକ ପୁରୁଣା କଥାକୁ କେନ୍ଦ୍ର କରି ଶେଖ୍ ନିଜାମଙ୍କୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଏପରିକି ସେମାନେ ବାରମ୍ବାର ଆକ୍ରମଣ ଧମକ ଦେଉଥିବା ବେଳେ ପୋଲିସକୁ ଜଣାଇଥିଲେ ବି କିଛି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ସହର ଗାଦବାଗୁଡା ସାହି ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି ।

ଗୁରୁତର ଅବସ୍ଥାରେ ପ୍ରଥମେ ନବରଙ୍ଗପୁର ପରେ ଶେଖ ନିଜାମଙ୍କୁ କୋରାପୁଟ ରେଫର୍ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ସ୍ଥାନୀୟ ଲୋକ ୨୬ ନମ୍ବର ଜାତୀୟ ରାଜପଥର ମାଝିଗୁଡ଼ା ଛକରେ ରାସ୍ତାରୋକ କରିଥିଲେ । ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତାରୋକ ହଟିଛି । ଶେଖ ନିଜାମଙ୍କୁ ହତ୍ୟା ମାମଲାରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି । ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ।

Leave A Reply

Your email address will not be published.