Latest Odisha News

BREAKING NEWS

ଯୁବ ବାସ୍କେଟବଲ ପ୍ରତିଯୋଗିତା ୧୮ରୁ

ଭୁବନେଶ୍ୱର: ଯୁବ ବାସ୍କେଟବଲ ପ୍ରତିଯୋଗିତା ଫେବୃୟାରୀ ୧୮ରୁ ଆରମ୍ଭ ହେବାକୁ ଯାଉଛି । ଓଡିଶା ଯୁବ ବାସ୍କେଟବଲ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ୨୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ୧୪ଟି ଦଳ ଅଂଶଗ୍ରହଣ କରିବେ । ଉଦଘାଟନୀ ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ କ୍ରିକେଟର ଦେବାଶିଷ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

ସେହିପରି ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ଅନନ୍ତ ନାରାୟଣ ଜେନା, ପୂର୍ବତନ ରାଜ୍ୟସଭା ସାଂସଦ ଓ ମହାନ ହକି ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ଶ୍ରୀମୟ କର ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ସତ୍ୟବ୍ରତ ନାୟକ, ନୀଳାଚଳ ପରିଡା, ବିଜୟଲକ୍ଷ୍ମୀ ସାହୁ ,ସୌମ୍ୟ ରଞ୍ଜନ ମିଶ୍ର, ଦେବାଶିଷ ମହାନ୍ତି ଓ ଦିଲ୍ଲୀପ ତିର୍କିରଙ୍କୁ ସମ୍ମାନିତ କରାଯିବ । ଚାମ୍ପିୟନ ଟିମକୁ ୨୧,୦୦୦ ଓ ରନର୍ସଅପ ଦଳକୁ ୧୫,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । କ୍ଲବ ଚେୟାରମ୍ୟାନ ବିଶ୍ୱଜିତ୍ ମହାନ୍ତି ଓ ଉପଦେଷ୍ଟା ସରୋଜ କୁମାର ପାତ୍ର ସହଯୋଗ କରିବେ ।

Leave A Reply

Your email address will not be published.