Latest Odisha News

BREAKING NEWS

ଅନଲାଇନ ଲୁଟର ଶିକାର ହେଲେ ଡାକ୍ତର, କୌଶଳକ୍ରମେ ଠକି ନେଇଗଲେ ୭୭ ଲକ୍ଷ ଟଙ୍କା

କଟକ: କିଛି ଦିନ ହେଲା ରାଜ୍ୟରେ ବଢି ଚାଲିଛି ସାଇବର ଠକେଇ ମାମଲା । ଏଥର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର । ଡାକ୍ତର ସନାତନ ମହାନ୍ତିଙ୍କଠାରୁ କୌଶଳକ୍ରମେ ଠକମାନେ ୭୭ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏହା ଜାଣିବା ପରେ ଡାକ୍ତର ଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

କଟକ ସିଡିଏ ସେକ୍ଟର -୭ରେ ରହୁଥିବା ଡାକ୍ତର ସନାତନ ମହାନ୍ତିଙ୍କ କହିବାନୁଯାୟୀ, ପ୍ରଥମେ ବିଏସ୍‌ଏନଏଲରୁ ତାଙ୍କ ନିକଟକୁ ଏକ ମେସେଜ ଆସିଥଲା । ଏଟିଏମ୍ କାର୍ଡ ଜରିଆରେ ରିଚାର୍ଡ ନ କଲେ ନମ୍ବର ବନ୍ଦ ହୋଇଯିବ ବୋଲି ମେସେଜ ଆସିଥିଲା । ଆଉ ଯୋଗାଯୋଗ କରିବା ପାଇଁ ଏକ ନମ୍ବର ମଧ୍ୟ ଦିଆଯାଇଥିଲା । ତେବେ ସେହି ନମ୍ବରରେ ଡାକ୍ତର ମହାନ୍ତି କଲ କରିବା ପରେ ୧୦ ଟଙ୍କା ରିଚାର୍ଡ କରିବା ପାଇଁ କୁହାଯାଇଥିଲା । ତେବେ ସେ ବିଏସଏନଏଲ ଅଫିସ ଯାଇ ରିଚାର୍ଡ କରିବେ ବୋଲି କହିବାରୁ ସେମାନେ ଅନଲାଇନରେ ରିଚାର୍ଜ କରିଦେବେ ବୋଲି କହିଥିଲେ । ଏଥି ।ପଇଁ ସେମାନେ ଡେବିଟ୍ କାର୍ଡ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଥିଲେ । ଏଥି ପାଇଁ ତାଙ୍କୁ ଗୁଗୁଲ ପ୍ଲେଷ୍ଟୋରରୁ କ୍ୱିକ୍ ଷ୍ଟାର୍ଟ ଆପ୍ ଡାଉନଲୋଡ ପାଇଁ କହିଥିଲେ ।

ଡାଉନଲୋଡ ପରେ ଗୋଟିଏ ପରେ ଗୋଟିଏ ନମ୍ବର ସେମାନେ ଡାକ୍ତର ମହାନ୍ତିଙ୍କଠାରୁ ମାଗି ନେଇଥିଲେ । କିଛି ସମୟ ଭିତରେ ମୋବାଇଲ ରିଚାର୍ଜ ହୋଇଯିବ ବୋଲି ବ୍ୟକ୍ତି ଜଣଙ୍କ କହିଥିଲେ । କିନ୍ତୁ ଏହାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୨୪ ହଜାର ଓ ୨୫ ହଜାର ଟଙ୍କା ଉଠିଥିଲା । ଏ ନେଇ ସେ ସଙ୍ଗେ ସଙ୍ଗେ ବ୍ୟାଙ୍କକୁ ଜଣାଇଥିଲେ । କିନ୍ତୁ ସେପଟେ ଠକମାନେ ତାଙ୍କର ନେଟ୍ ବ୍ୟାଙ୍କିଂ ଆକ୍ଟିଭେଟ୍ କରି ୬ଟି ଫିକ୍ସଡ୍ ଡିପୋଜିଟ୍ ଆକାଉଣ୍ଟରୁ ପ୍ରାୟ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ଉଠାଇ ଦେଇଥିବା ଜଣାପଡିଥିଲା ।

ଏ ନେଇ ଡାକ୍ତର ମହାନ୍ତି ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 

Leave A Reply

Your email address will not be published.