Latest Odisha News

BREAKING NEWS

କଲମ୍ବିଆର ଷ୍ଟାର ସାଇକ୍ଲିଷ୍ଟ ପାଟୋଂନା ବାସନ୍ଦ

ପ୍ୟାରିସ: କଲମ୍ବିଆର ଷ୍ଟାର ସାଇକ୍ଲିଷ୍ଟ ପାଟୋଂନା ଡୋପିଂ କଳଙ୍କରେ ଛନ୍ଦି ହୋଇ ପଡିଛନ୍ତି । ଏଥିଯୋଗୁ ସେ ୪ ବର୍ଷ ବାସନ୍ଦ ଦଣ୍ଡାଦେଶର ସମ୍ମୁଖୀନ ହୋଇଛନ୍ତି । ଗତ ବର୍ଷ ହୋଇଥିବା ଡୋପ ଟେଷ୍ଟରେ ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ୨୦୧୬ ଟୁର ଡି ଫ୍ରାନ୍ସର ଏକ ଷ୍ଟେଜରେ ସେ ବିଜୟୀ ହୋଇଥିଲେ । ୨୦୧୭ରେ ୩୧ ବର୍ଷୀୟ ପାଟୋଂନା କଲମ୍ବିଆ ରେସରେ ଚାମ୍ପିୟନ ହୋଇଥିଲେ ।

ଏହା ବ୍ୟତୀତ ସେ ଟୁର ଅଫ ସୁଇଜରଲାଣ୍ଡ ଓ ଟୁର ଅଫ କାଟୋଲୋନିଆର କେତେକ ପର୍ଯ୍ୟାୟରେ ଚାମ୍ପିୟନ ହୋଇଥିଲେ । ଗତ ଜୁନରେ ସେ ଅବସର ଘୋଷଣା କରିଥିଲେ । ଡୋପ ଟେଷ୍ଟରେ ୨୦୧୯ରେ ଧରାପଡିବା ପରେ ସେ ଚାପର ବଶୀଭୂତ ହୋଇ ଏହି ନିଷ୍ପତି ନେଇଥିଲେ ।

Leave A Reply

Your email address will not be published.