Latest Odisha News

ଫେସବୁକର ୨୬ କୋଟି ୟୁଜର୍ସଙ୍କ ଡାଟା ଲିକ୍‌

ନୂଆଦିଲ୍ଲୀ: ଡାଟା ଲିକ୍ ଓ ଫେସବୁକ୍ ପରସ୍ପର ସହ ଅଙ୍ଗାଙ୍ଗୀଭାବେ ଜଡିତ ହୋଇଗଲେଣି । ପୂର୍ବରୁ ଏ ଭଳି ଘଟଣା ନେଇ ଏହାର ସିଇଓ ମାର୍କ ଜୁକରବର୍ଗ କ୍ଷମା ମାଗିସାରିଛନ୍ତି । ଏକ ରିପୋର୍ଟ ମୁତାବକ ୨୬ କୋଟି ୟୁଜର୍ସଙ୍କ ଡାଟା ଲିକ୍ ହୋଇଛି ।

ଏହି ଲିକ୍ ଡାଟା ୪୧,୬୦୦ ଟଙ୍କାରେ ଡାଟା ଡାର୍କ ୱେବରେ ବିକ୍ରି ହେଉଛି । ୟୁଜର୍ସଙ୍କ ନାମ, ଫେସବୁକ ଆଇଡି ନମ୍ବର, ବୟସ ଓ ମୋବାଇଲ ନମ୍ବର ଏହା ମାଧ୍ୟମରେ ହାସଲ କରାଯାଇପାରୁଛି । ତେବେ ଏହି ଡାଟା ଲିଗରେ ପାସୱାର୍ଡ ରହୁଛି କି ନାହିଁ ତାହା ସ୍ୱଷ୍ଟ ହୋଇନି । ସିକ୍ୟୁରିଟି ରିସର୍ଚ୍ଚର ବବ ଡିୟାଚୋକ ଏ ସମ୍ପର୍କରେ ସମସ୍ତଙ୍କୁ ସତର୍କ ରହିବା ପାଇଁ କହିଛନ୍ତି ।

Leave A Reply

Your email address will not be published.