Latest Odisha News

BREAKING NEWS

ରାୟଗଡା ରଣଭୂମି: କାହାର ପଲ୍ଲା ଭାରି?

ଭୁବନେଶ୍ବର: ରାୟଗଡାରୁ ଗତଥର ଜିତିଥିଲେ ରାଜ୍ୟର ଏକମାତ୍ର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି । ଏଥର ରାୟଗଡାରେ ବଢୁଛି ରାଜନୈତିକ ପାରଦ । ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ତ୍ରିମୁଖୀ ଲଢେଇ ହେବ । ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି ଅନୁସୟା ମାଝୀ ତ ବିଜେପିରୁ ବସନ୍ତ ଉଲାକା ଓ କଂଗ୍ରେସରୁ ଆପଲ ସ୍ବାମୀ କାଡ୍ରାକା ପ୍ରାର୍ଥୀ ହୋଇଛନ୍ତି ।

ବିଜେଡି ପ୍ରାର୍ଥୀ ଘୋଷଣା ସହ ରାୟଗଡ଼ା ପାଲଟିଥିଲା ରଣକ୍ଷେତ୍ର । ପୂର୍ବତନ ମନ୍ତ୍ରୀ ଅନନ୍ତରାମ ମାଝୀଙ୍କ ଝିଅ ଅନୁସୟା ମାଝୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ତେବେ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲା ବିଜେଡିର ଏକ ଗୋଷ୍ଠୀ । ଅସନ୍ତୋଷ ବିଦ୍ରୋହ ସାଙ୍ଗକୁ ଜୋରଦାର ହୋଇଥିଲା ଇସ୍ତଫା ପର୍ବ । ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି ହୋଇଥିଲା, ହେଲେ ଅନୁସୟା ହିଁ ପ୍ରାର୍ଥୀ ରହିଛନ୍ତି। ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବସନ୍ତ ଉଲାକା । ୨୦୧୯ରେ ବସନ୍ତ ବିଜେପିରୁ ପ୍ରାର୍ଥୀ ହୋଇଥିଲେ, ଏଥର ବି ତାଙ୍କୁ ଦଳ ଭରସା କରିଛି । କଂଗ୍ରେସ ମଧ୍ୟ ଏଥର ଆପଲସ୍ବାମୀ କାଡ୍ରାକାଙ୍କୁ ରିପିଟ୍ କରିଛି ।

ଗତଥର ବିଜେଡିର ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କୁ ୪ହଜାର ୮୭୦ ଭୋଟରେ ପଛରେ ପକାଇ ବାଜିମାତ୍ କରିଥିଲେ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି। ରାଜ୍ୟର ଏକମାତ୍ର ସ୍ବାଧୀନ ବିଧାୟକ ମକରନ୍ଦ ବିଜେଡିରେ ସାମିଲ ହୋଇନଥିଲେ ମଧ୍ୟ ତାଙ୍କୁ ଅନେକ ଥର ବିଜେଡି ଶିବିରରେ ଦେଖିବାକୁ ମିଳିଥିଲା । ତାଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ଦାବି ବି ଉଠିଥିଲା । ହେଲେ ବିଜେଡି ଅନୁସୟାଙ୍କୁ ପ୍ରାର୍ଥୀ କରିବା ପରେ ପୁଣି ସ୍ବାଧୀନ ଭାବେ ଲଢିବେ କି ମକରନ୍ଦ, ତାକୁ ନେଇ ସସପେନ୍ସ ରହିଛି ।

Leave A Reply

Your email address will not be published.