Latest Odisha News

BREAKING NEWS

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ଗଜପତିଙ୍କ ପାଖରେ ରହେନି: ଗଜପତି ମହାରାଜା ଦିବ୍ୟସିଂହ ଦେବ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ତଥା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ଏବେ ବିଦେଶ ଗସ୍ତରେ ରହିଥିବା ଗଜପତି ମହାରାଜା ଏକ ପ୍ରେସ ବିଜ୍ଞପ୍ତିରେ ଚାବି ହଜିବା ନେଇ ଗଜପତି ମହାରାଜାଙ୍କ କିଛି ସମ୍ପର୍କ ନଥିବା ତଥା ତାଙ୍କର ଭୂମିକା ଏଥିରେ କିଛି ନଥିବା କଥା କହିଛନ୍ତି ।

ସେ ତାଙ୍କ ଲିଖିତ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ଯେ, ୧୯୬୦ ମସିହା ପରଠାରୁ ସରକାର ଶ୍ରୀମନ୍ଦିର ପ୍ରଶାସନ କଥା ବୁଝୁଛନ୍ତି । ଗଜପତି ମହାରାଜାଙ୍କ ଭୂମିକା ଜଣେ ସାଧାରଣ ସଦସ୍ୟଙ୍କ ପରି ଏବଂ ସେ କେବଳ ମିଟିଂରେ ବସନ୍ତି ଏବଂ ପ୍ରୋସିଡ଼ିଂରେ ଦସ୍ତଖତ କରିଥାନ୍ତି ।

୧୯୬୦ ପୂର୍ବରୁ ରତ୍ନଭଣ୍ଡାର ଚାବିକାଠି ଗଜପତି ମହାରାଜାଙ୍କ ନିକଟରେ ରହୁଥିଲା କିନ୍ତୁ ୧୯୬୦ ମସିହା ପରଠାରୁ କେବଳ ବାହାର ଭଣ୍ଡାରର ଗୋଟିଏ ଚାବି ତାଙ୍କ ପାଖରେ ରହିଥାଏ । ଚାବି ଖୋଲିବାବେଳେ ମହାରାଜାଙ୍କ ପ୍ରତିନିଧି ଉପସ୍ଥିତ ରହିଥାନ୍ତି । ଭିତର ରତ୍ନଭଣ୍ଡାର ଚାବିକାଠି ଗଜପତି ମହାରାଜାଙ୍କ ନିକଟରେ ରହେନାହିଁ ବୋଲି ଉଲ୍ଲେଖ କରିଛନ୍ତି ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଏବଂ ପ୍ରଥମ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

Leave A Reply

Your email address will not be published.