Latest Odisha News

BREAKING NEWS

ଭାରତର ବ୍ୟାଟିଂ ବିପର୍ଯ୍ୟୟ: ୧୨୨/୫

ୱେଲିଂଟନ:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନ ଷ୍ଟମ୍ପସ ଅପସାରଣ ବେଳକୁ ଟିମ୍ ଇଣ୍ଡିଆ ୫ ଉଇକେଟ ବିନିମୟରେ ୧୨୨ ରନ ସଂଗ୍ରହ କରିଛି । ଅଜିଙ୍କ୍ୟ ରାହାନେ ୩୮ ଓ ଋଷଭ ପନ୍ତ ୧୦ ରନ କରି ଅପରାଜିତ ରହିଛନ୍ତି । ପୃଥ୍ୱୀ ଶ (୧୬), ମୟଙ୍କ ଅଗ୍ରୱାଲ (୩୪), ଚେତେଶ୍ୱର ପୂଜାରା (୧୧), ବିରାଟ କୋହଲି(୨) ଓ ହନୁମାନ ବିହାରୀ ୭ରନ କରି ଆଉଟ ହୋଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ପଦାର୍ପଣ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରି କାୟଲ ଜେମିସନ ୩ଟି ଉଇକେଟ ଅକ୍ତିଆର କରିଥିଲେ ।

ବର୍ଷା ଯୋଗୁ ପ୍ରଥମ ଦିବସରେ ୫୫ ଓଭର ଖେଳାଯିବା ସମ୍ଭବପର ହୋଇଥିଲା । ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.