Latest Odisha News

BREAKING NEWS

କରୋନା: ଇରାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବ ସି-୧୭ ଗ୍ଲୋବମାଷ୍ଟର

ନୂଆଦିଲ୍ଲୀ: ସାରା ଦୁନିଆରେ କରୋନା ଭାଇରସ ହାହାକାର ସୃଷ୍ଟି କରିଛି । ବିଶ୍ୱରେ ଏପର୍ଯ୍ୟନ୍ତ ୧.୧୦ଲକ୍ଷ ଲୋକ ଭାଇରସ ଦ୍ୱାରା ସଂକ୍ରମିତ ହେଲେଣି । କରୋନା ଭାଇରସରୁ ଇରାନ ମଧ୍ୟ ବଂଚିତ ନୁହେଁ । ଇରାନରେ କରୋନା ଭାଇରସ ଯୋଗୁଁ ୨୩୭ ଜଣଙ୍କ ମୃତୁ୍ୟ ହୋଇସାରିଛି । ସେଠାରେ କିଛି ଭାରତୀୟ ଫସିରହିଛନ୍ତି । ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବାୟୁସେନା ବିମାନ ସି-୧୭ଗ୍ଲୋବମାଷ୍ଟର ଇରାନ ଯିବା ନେଇ ବୈଦେଶିକ ମନ୍ତ୍ରୀ ସୂଚନା ଦେଇଥିଲେ ।

ସମାଚାର ଏଏନଆଇ ମୁତାବକ, ଭାରତୀୟ ବାୟୁସେନା ବିମାନ ସି-୧୭ଗ୍ଲୋବମାଷ୍ଟର ବିମାନ ସୋମବାର ଦିନ ଇରାନକୁ ଉଦ୍ଧାର ପାଇଁ ପଠାଯିବ । ସେହି ବିମାନ ଯୋଗେ ଭାରତୀୟଙ୍କୁ ଉଦ୍ଧାର କରି ଅଣାଯିବ ।

Leave A Reply

Your email address will not be published.