Latest Odisha News

BREAKING NEWS

ମାଆ ହେବାକୁ ଯାଉଛନ୍ତି ଅନୁଷ୍କା: ସୋସିଆଲ ମିଡିଆରେ ଭାଇରଲ ହେଉଛି ଫଟୋ

ମୁମ୍ବାଇ: ଷ୍ଟାର ଦମ୍ପତ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା। ଏହି ଯୋଡ଼ି ସର୍ବଦା ନିଜର ରିଲେସନସିପ୍‌ କୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ଉଭୟ ବିରାଟ ଓ ଅନୁଷ୍କା ଏହି କରୋନା ଭାଇରସ୍‌ ଭିତରେ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ଅଛନ୍ତି ।

ତେବେ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେଉଛି ଏହି ଦମ୍ପତିଙ୍କର ଏକ ଫଟୋ। ଏହି ଫଟୋରେ ଅନୁଷ୍କା ଗର୍ଭବତୀ ଥିବା ଜଣାପଡୁଛି । ଏହା ଏକ ବେବି ବମ୍ପ ଭଳି ଦେଖାଯାଉଛି । ଯାହାକୁ ନେଇ ପ୍ରଶଂସକଙ୍କ ମହଲରେ ଚାଲିଛି ଚର୍ଚ୍ଚା ।

ଏହା ଭିତରେ ଏହି ଷ୍ଟାର କପୁଲଙ୍କ ବିବାହକୁ ୩ ବର୍ଷ ବିତିଯାଇଥିବା ବେଳେ ବିରୁଷ୍କାଙ୍କ ପ୍ରଶଂସକ ମାନେ ଲଗାତାର ଏହି ପ୍ରଶ୍ନ ପଚାରୁଛନ୍ତି , କେବେ ଆସିବ ଉଭୟଙ୍କର ବେବି। ଏହାସହ ନିକଟରେ ଭାଇରାଲ ହୋଇଛି ଏହି ଫଟୋ । ଯେଉଁଥିରେ ବିରାଟ-ଅନୁଷ୍କା ଉଭୟ ବେବି ବମ୍ପକୁ ଧରି ଫଟୋ ପୋଜ୍‌ ଦେଇଥିବାର ନଜର ଆସିଛନ୍ତି ।

ଆମେ ଆପଣଙ୍କୁ କହି ରଖୁଛୁସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଫଟୋଟି ବିରୁଷ୍କାଙ୍କର ନୁହେଁ । ଏହା ପ୍ରକୃତରେ ବଲିଉଡ୍‌ ଷ୍ଟାର ଜେନେଲିଆ ଡିସୁଜା ଓ ରିତେଶ ଦେଶମୁଖଙ୍କର ଓରଜିନାଲ ଫଟୋ । ଜେନେଲିଆ ଗର୍ଭବତୀ ଥିବାବେଳେ ଏହିଭଳି ଫଟୋ ସୁଟ୍‌ କରିଥିଲେ । କେହି ଜଣେ ଏହାକୁ ଏଡିଟ୍ କରି ଅନୁଷ୍କା ଓ ବିରାଟଙ୍କ ଫଟୋ ଯୋଡି ଭାଇରାଲ କରିଛନ୍ତି।

Leave A Reply

Your email address will not be published.