Latest Odisha News

BREAKING NEWS

ସାଇକେଲ ଆରୋହୀଙ୍କ ଉପରେ ଗାଡ଼ି ଚଢିଯିବାରୁ ମୃତ୍ୟ

ଢେଙ୍କାନାଳ : ଏକ ରାସ୍ତା ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଢେଙ୍କାନାଳ ବଡ଼ଗୁଣ୍ଡୁରୀ ଗ୍ରାମ ନିକଟ ଏନଏଚ-୧୪୯ ଉପରେ ତଥା ସମଲ ଥାନା ନିକଟରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି ।

ଏହି ଘଟଣାରେ କାମାକ୍ଷାନଗର ଅଞ୍ଚଳର ଗଗନ ପ୍ରଧାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ସୂତ୍ରରୁ ଜଣାପଡ଼ିଛି ଯେ, ଗାଁ ରାସ୍ତାରେ ଯାଉଥିବା ବେଳେ ଗଗନଙ୍କ ଉପରେ ଉପରେ ଏକ ଗାଡ଼ି ମାଡ଼ିଯାଇଥିଲା । ଘଟଣାସ୍ଥଳରେ ଗଗନଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ଜଣକ ଫେରାର ହୋଇଯାଇଛି ।

ଗ୍ରାମବାସୀମାନେ ରାସ୍ତା ଅବରୋଧ କରି ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ବେପରୁଆ ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତକୁ ଗିରଫ ଦାବି କରି ଶହଶହ ଗ୍ରାମବାସୀ ରାସ୍ତାଉପରେ ଦୀର୍ଘସମୟ ଧାରଣା ଦେଇଛନ୍ତି ।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଗ୍ରାମବାସୀଙ୍କୁ ବୁଝାଇ ଧାରଣା ପ୍ରତ୍ୟାହୃତ କରିବାକୁ ଅନୁରୋଧ କରିଛନ୍ତି, ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶୃତି ପାଇବାପରେ ଗ୍ରାମବାସୀମାନେ ଧାରଣାରୁ ନିବୃତ୍ତ ରହିଛନ୍ତି ।

Leave A Reply

Your email address will not be published.