Latest Odisha News

BREAKING NEWS

ସୋସିଆଲ ମିଡିଆରେ ରହସ୍ୟମୟ ଜୀବ; ଏଲିଅନ ସହ ତୁଳନା କଲେ ଲୋକେ !

ଭୁବନେଶ୍ୱର: ରହସ୍ୟମୟ ଜୀବକୁ ନେଇ ଏକ ଭିଡିଓ ଇଣ୍ଟରନେଟ୍ ରେ ଭାଇରାଲ୍ ହୋଇଛି । ଭିଡିଓରେ ଥିବା ଏକ କଳାରଙ୍ଗର ଜୀବକୁ ନେଇ ଅନେକ ଲୋକ ଭିନ୍ନଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କେହିକେହି ଏହାକୁ ଏଲିଅନ୍ ଜୀବ ସହ ମଧ୍ୟ ତୁଳନା କରିଛନ୍ତି ।

ସନ୍ନି ଆର୍କେଡ୍ ନାମକ ଜଣେ ଯୁବକ ଏହି ଭିଡିଓଟିକୁ ଟୁଇଟର୍ ରେ ଅପଲୋଡ୍ କରିଛନ୍ତି । ଏକ ପଥର ଉପରେ ଏହି କଳାରଙ୍ଗର ଜୀବକୁ ଦେଖିବାକୁ ମିଳିଥିଲା । ଯାହାକୁ ଅଲଗା କରିବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇପାରିନଥିଲା ।

ତେବେ ସତରେ ଏହି ଜୀବର ଅସ୍ତିତ୍ୱ କ’ଣ ? ଆପଣଙ୍କ ଭଳି ଆମ ମନରେ ବି କୌତୁହଳ ଜାତ ହୋଇଥିଲା । ବହୁ ଛାନଭିନ୍ କରିବା ପରେ ଜଣାପଡିଥିଲା ଏହି ଜୀବର ପରିଚୟ ।

ଭିଡିଓରେ ଥିବା କଳାରଙ୍ଗର ଜୀବକୁ ବୁଟଲେସ୍ ଜିଆ(BOOTLACE WORM) ବୋଲି କୁହାଯାଏ । ଜୋତାର ଲେସ୍ ଭଳି ଦେଖାଯାଉଥିବା ଏହି ଜୀବ ୧୮୦ ଫୁଟ୍ ପର୍ଯ୍ୟନ୍ତ ଲମ୍ବିପାରନ୍ତି । ତେବେ ଏହି ଜୀବ ସାଙ୍ଗରେ ଖେଳିବା ଅନୁଚିତ୍‌, କାହିଁକି ନା ଏଥିରେ ବହୁଥିବା ଏକ ବିଷାକ୍ତ ଲାଳ ଲୋକଙ୍କୁ ପକ୍ଷାଘାତ କରାଇପାରେ ।

ପ୍ରକାଶ ଥାଉକି ଏହି ଜୀବକୁ ଆଧାର କରିକି ସ୍ପାଇଡରମ୍ୟାନ ଓ ଭେନମ ଭଳି ହଲିଉଡ ଫିଲ୍ମରେ ଏଲିଅନ ଜୀବକୁ ପିକ୍‌ଚରାଇଜ କରାଯାଇଥିଲା ।

Leave A Reply

Your email address will not be published.