Latest Odisha News

BREAKING NEWS

ବ୍ରିଟିଶ ନାଗରିକ ଆକ୍ଷେପ କରି ରାହୁଲଙ୍କ ନାମାଙ୍କନ ପତ୍ର ରଦ୍ଦ ଦାବି

ନୂଆଦିଲ୍ଲୀ: ନିର୍ବାଚନ ଲଢ଼ିବା ପାଇଁ ଉତ୍ତରପ୍ରଦେଶର ରାଏବରେଲୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କିନ୍ତୁ ଏବେ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଜଣେ ପ୍ରାର୍ଥୀ। ରାହୁଲଙ୍କ ପ୍ରାର୍ଥୀପତ୍ର ଖାରଜ କରିବାକୁ ଦାବି କରି ସେ ରିଟର୍ନିଂ ଅଫିସରଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି। ରାହୁଲଙ୍କ ନାଗରିକତା ଏବଂ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତକୁ ଅଧାର କରି ଅନିରୁଦ୍ଧ ପ୍ରତାପ ସିଂହ ନାମକ ପ୍ରାର୍ଥୀଙ୍କ ପକ୍ଷରୁ ତାଙ୍କ ଆଡ୍‌ଭୋକେଟ ଅଶୋକ ପାଣ୍ଡେ ଏହି ଅଭିଯୋଗ ଦାଖଲ କରିଛନ୍ତି।

BjdElectrycity

ଆଡ୍‌ଭୋକେଟ ପାଣ୍ଡେଙ୍କ କହିବା ଅନୁସାରେ, ୨ଟି ବିଷୟକୁ ଆଧାର କରି ରାହୁଲଙ୍କ ପ୍ରାର୍ଥୀପତ୍ର ଖାରଜ କରିବାକୁ ଦାବି କରାଯାଇଛି। ପ୍ରଥମତଃ ରାହୁଲ ଏକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହିତ ୨ବର୍ଷ ଜେଲ ଦଣ୍ଡାଦେଶ ପାଇଛନ୍ତି। ସୁପ୍ରିମକୋର୍ଟ ଯଦିଓ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି, ମାତ୍ର ଅଫଜଲ ଅନସାରୀଙ୍କ ପରି ରାହୁଲଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ଲଢ଼ିବା ନେଇ କୌଣସି ରାୟ ଶୁଣାଇ ନାହାନ୍ତି। ତେଣୁ ସେ ନିର୍ବାଚନରୁ ଦୂରେଇ ରହିବା ଉଚିତ।

ଦ୍ବିତୀୟତଃ ୨୦୦୬ରେ ରାହୁଲ ଥରେ ଦର୍ଶାଇଥିଲେ ଯେ ସେ ବ୍ରିଟିଶ ନାଗରିକ। ତେଣୁ ସାମ୍ବିଧାନିକ ନିୟମ ଅନୁସାରେ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ। ତାଙ୍କ ଅଭିଯୋଗକୁ ରିଟର୍ନିଂ ଅଧିକାରୀ ଗ୍ରହଣ କରିଥିବା ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି।

Leave A Reply

Your email address will not be published.