Latest Odisha News

BREAKING NEWS

ଗୁରୁକୁଳ ଉତ୍ସବ ୨୦୨୩ ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକ ବିଭୋର

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଆୟୋଜିତ ଗୁରୁକୁଳ ଉତ୍ସବ-୨୦୨୩ ର ଦ୍ଵିତୀୟ ସନ୍ଧ୍ୟାକୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବପ୍ରବୋଧ କୁମାର ରଥ ଆନୁଷ୍ଠାନିକ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।

ଏହି କାର୍ଯକ୍ରମରେ ଦ୍ବୈତ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଗୁରୁ ବିଜୟା ନନ୍ଦ ନାୟକଙ୍କ ଦୁଇ ଶିଶ୍ୟା ସୁଭାଷିନୀ ରାଉତ ଏବଂ ନେହା ନିହରିକା କର ପ୍ରସ୍ତୁତ କରିଥଲେ। ତବଲାରେ ଗୁରୁ କୃଷ୍ଣ ଚନ୍ଦ୍ର ବରାଳ ସହଯୋଗ କରିଥିଲି। ପରେ ପରେ ଗୁରୁ ବିଶ୍ବରଂଜନ ନନ୍ଦ ଏବଂ ସାଥୀ କରକାରଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଯାହାକି ଗୁରୁ ଧନେଶ୍ଵର ସ୍ୱାଇଁ ସଂଯୋଜନା କରିଥଲେ। ତୃତୀୟ ରେ ଦଳ ଗତ ଓଡ଼ିଶୀ ନୃତ୍ୟ ନାଟିକା ଗ୍ଲାନି ସଂହାର ଜାଗୃତି ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଗୁରୁ ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ଗୁରୁ ତ୍ରିଲୋଚନ ସାହୁ ପରିଚାଳନା କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ବ୍ୟାସ କବି ଫକୀରମୋହନ ସେନାପତିଙ୍କ ରଚିତ ପେଟେଣ୍ଟ ମେଡ଼ିସିନ ନାଟକ ପ୍ରସନ୍ନ କୁମାର ସାମନ୍ତ ଏବଂ ସାଥୀ ଭୁବନେଶ୍ୱରଙ୍କ ଦ୍ଵାରା ପରିବେଷିତ ହୋଇଥଲା।

ଗୁରୁକୂଳର ପ୍ରତିଷ୍ଠାତା ଗୁରୁ ରାମହରି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମକୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିଥିଲେ।

Leave A Reply

Your email address will not be published.