Latest Odisha News

ଏକାଦଶ ତମ ବାର୍ଷିକ ଭକ୍ତି ସଙ୍ଗୀତ ଓ ସୁଫିୟାନା ସଙ୍ଗୀତର କାର୍ଯ୍ୟକ୍ରମ ‘ସମର୍ପଣ’ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ୧୧ ତମ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ ଏକ
ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଉଦ୍‌ଘାଟିତ ହୋଇଯାଇଅଛି । ସଙ୍ଗୀତା ଗୋସାଇଁଙ୍କ ପରିଚାଳନାରେ ଏହି କାର୍ଯ୍ଯ୍ୟକ୍ରମର ପ୍ରଥମ ଦିବସରେ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଭାପତି ଅରବିନ୍ଦ ବେହେରା, ଉପ ସଭାପତି ବିଦୁଭୂଷଣ ଦାସ, କୋଷାଧ୍ୟକ୍ଷ ଗିରିଜା ପ୍ରସାଦ ପାଣିଗ୍ରାହୀ ଓ ସଚିବ କ୍ଷୀରୋଦ କୁମାର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

ଉଦଘାଟନୀ ସନ୍ଧ୍ୟାରେ ଭୁବନେଶ୍ୱରର ଆକାଶ ବିଶ୍ୱାଳ ଓ ଲକ୍ଷ୍ମୀପ୍ରିୟା ନାୟକଙ୍କ ଦ୍ୱାରା ପରିବେଷିତ ଗୁରୁ ନାନକ, ଗୋସ୍ୱାମୀ ତୁଲସୀ ଦାସ, ସନ୍ଥ ସୁର ଦାସ, ସନ୍ଥ କବୀର ଏବଂ ମୀରାବାଇଙ୍କ ଦ୍ୱାରା ରଚିତ ଆଧ୍ୟାତ୍ମିକ ତଥା ପାରମ୍ପାରିକ ସୁଫିୟାନା ସଙ୍ଗୀତ ପରିବେଷଣ କରିଥିଲେ । ଦ୍ୱିତୀୟ ପରିବେଷଣରେ ଥିଲା ପାରମ୍ପାରିକ ରାଜସ୍ଥାନୀ ସଙ୍ଗୀତ ଯାହାକୁ ପରିବେଷଣ କରିଥିଲେ ରାଜସ୍ଥାନରୁ ଆସିଥିବା ରାଜସ୍ଥାନ ପାରମ୍ପରିକ ତଥା ଗ୍ରାମୀଣ ସଂସ୍କୃତି ସମିତି (ଷ୍ଟାର୍କ) ଅନୁଷ୍ଟାନର କଳାକାରମାନେ । ଭାରତୀୟ ସୁଫିୟାନା ସଙ୍ଗୀତ ସହିତ ଅନ୍ୟାନ୍ୟ ଭକ୍ତି ରସାତ୍ମକ ଓ ଆଧ୍ୟାତ୍ମିକ ସଙ୍ଗୀତର ପ୍ରଚାର ଓ ପ୍ରସାର ଏହି ଉତ୍ସବର ଆଭିମୁଖ୍ୟ ଏବଂ ଏହା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପରେ ସନ୍ଧ୍ୟା ୬.୩୦ ରୁ ଅନୁଷ୍ଠିତ ହେବ ।

Leave A Reply

Your email address will not be published.