Latest Odisha News

ମଝି ଆକାଶରେ ଚାଲି ଯାଇଥିଲେ ପତି, ଏବେ ଚାଲିଗଲେ ପତ୍ନୀ

କାଠମାଣ୍ଡୁ: ଜୀବନଠୁ ମରଣ.. ମାତ୍ର ୧୦ ସେକେଣ୍ଡର ବ୍ୟବଧାନ ! ଭଗବାନ ଯଦି ଆଉ ମାତ୍ର ୧୦ ସେକେଣ୍ଡ ଦେଇଥାନ୍ତେ ତେବେ ଆଜି ୭୨ ପରିବାର ଖୁସିରେ ଉଛୁଳୁଥାନ୍ତା । କିନ୍ତୁ ଯାହା ସବୁ ଘଟିଗଲା ଭାବିଲେ ଦେହ ଥରି ଯାଉଛି । ଅବତରଣର ମାତ୍ର ୧୦ ସେକେଣ୍ଡ ପୂର୍ବରୁ ATR-72 ବିମାନ ଜଳିଯାଇଛି ।

ମାତ୍ର ୧୪ ଦିନ ପୂ୍ର୍ବରୁ ଅର୍ଥାତ ଜାନୁଆରୀ ୧ ତାରିଖରେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ପୋଖରା ଏୟାରପୋର୍ଟର ଉଦଘାଟନ କରିଥିଲେ । ହେଲେ ବିମାନଟି ରନୱେକୁ ଛୁଇଁବାର ମାତ୍ର ୧୦ ମିନିଟ ପୂର୍ବରୁ ଜଳି ଯାଇଛି । ବର୍ତ୍ତମାନ ୬୮ ଶବ ଉଦ୍ଧାର ହୋଇଛି । ମୃତ ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ୫ଜଣ ଭାରତୀୟ । ବିମାନକୁ ଚିଫ ପାଇଲଟ କମଲ କେସି ଏବଂ ତାଙ୍କର ସହଯୋଗୀ ପାଇଲଟ ଅଞ୍ଜୁ ଖତିବଡା ଚଲାଉଥିଲେ । ବିମାନ ଉଡାଣରେ କମଲଙ୍କର ୩୫ ବର୍ଷର ଅଭିଜ୍ଞତା ରହିଛି । ତାଙ୍କ କ୍ୟାରିୟରରେ ଅନେକ ପାଇଲଟଙ୍କୁ ଶିକ୍ଷା ଦେଇସାରିଛନ୍ତି ।

ତେବେ କୋ-ପାଇଲଟ ଅଞ୍ଜୁଙ୍କ ଜୀବନ କାହାଣୀ ବେଶ ହୃଦୟସ୍ପର୍ଶୀ । ଏହି ବିମାନଟି ସକୁଶଳ ଅବତରଣ କରିବା ପରେ ତାଙ୍କର ପ୍ରମୋଶନ ହୋଇଥାନ୍ତା । କୋ-ପାଇଲଟରୁ ସେ କ୍ୟାପ୍ଟେନ ହୋଇଥାନ୍ତେ । ଅର୍ଥାତ ଚିଫ ପାଇଲଟ ହୋଇଥାନ୍ତେ । ଏଥିପାଇଁ ୧୦୦ ଘଣ୍ଟା ଉଡାଣର ଅନୁଭୂତି ଥିବା ଦରକାର । ଅଞ୍ଜୂ ଏହା ପୂର୍ବରୁ ନେପାଳର ପ୍ରାୟ ସବୁ ବିମାନକୁ ସଫଳତାର ସହ ଅବତରଣ କରୁଥିଲେ । ନେପାଳ ମିଡିଆର ସୂଚନା ଅନୁଯାୟୀ, କାଠମାଣ୍ଡରୁ ତ୍ରିଭୂବନ ଇଣ୍ଟରନାଶନାଲ ଏୟାର ପୋର୍ଟରୁ ପୋଖରା ପାଇଁ ଉଡାଣ ଭରିବା ସମୟରେ ବିମାନର କ୍ୟାପ୍ଟେନ କମଲା ଅଞ୍ଜୁ୍ଙ୍କୂ ମୁଖ୍ୟ ପାଇଲଟ ସିଟ ଦେଇଥିଲେ । ହେଲେ ଲାଣ୍ଡିଂର ମାତ୍ର ୧୦ ସେକେଣ୍ଟ ପୂର୍ବରୁ ସବୁ ସ୍ୱପ୍ନ ଏବଂ ସବୁ ଆକାଂକ୍ଷା ଆକାଶର ଧୂଆଁରେ ମିଳାଇଗଲା ।

ସବୁଠାରୁ ଦୁଃଖର କଥା ହେଉଛି, ଆଜିକୁ ଠିକ ୧୬ ବର୍ଷ ତଳେ ତାଙ୍କର ସ୍ୱାମୀ ଦୀପକ ପୋଖରେଲଙ୍କର ମଧ୍ୟ ଏମିତି ଏକ ବିମାନ ଦୁର୍ଘଟଣାରେ ମୃତ୍ୟ ଘଟିଥିଲା । ଦିନେ ମଝି ଆକାଶରେ ଏମିତି ଚାଲି ଯାଇଥିଲା ସ୍ୱାମୀଙ୍କର ଜୀବନ, ଆଜି ଠିକ ସେମିତି ଚାଲିଗଲା ପତ୍ନୀଙ୍କ ଜୀବନ ।

ବିମାନ ବନ୍ଦରର ରନୱେ ପୂର୍ବରୁ ପଶ୍ଚିମ ଦିଗକୁ ରହିଛି । ବିମାନ ଅବତରଣ ପାଇଁ କ୍ୟାପଟେନ୍ ଅନୁମତି ମାଗିଥିଲେ । ଏଟିସି ପକ୍ଷରୁ ମଧ୍ୟ ଅନୁମତି ଦିଆଯାଇଥିଲା । କିନ୍ତୁ କିଛି ସମୟ ପରେ ପାଇଲଟ୍ ପଶ୍ଚିମ ଦିଗରୁ ଅବତରଣ ପାଇଁ ଅନୁମତି ମାଗିଥିଲେ ।

ଦୁର୍ଘଟଣା ପରେ ନେପାଳ ସରକାର ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରିଛନ୍ତି ।   ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.