Latest Odisha News

BREAKING NEWS

୧୫ ତମ ‘ଦେବ ପ୍ରସାଦ ସମ୍ମାନ’ ପ୍ରଦାନ ଉତ୍ସବ ଉଦଘାଟିତ

ଭୁବନେଶ୍ୱର : ନୃତ୍ୟ ଅନୁଷ୍ଠାନ ତ୍ରିଧାରା ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ୧୫ତମ ଦେବ ପ୍ରସାଦ ସମ୍ମାନ ପ୍ରଦାନ ସମାରୋହ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନୃତ୍ୟଶିଳ୍ପୀ ମନୋଜ ବେହେରାଙ୍କୁ ‘ଗୁରୁ ଦେବ ପ୍ରସାଦ ସମ୍ମାନ’ ଓ ଅଲୋକ ବିଶୋୟୀଙ୍କୁ ‘ଗୁରୁ ଦେବ ପ୍ରସାଦ ଯୁବ କଳାକାର ସମ୍ମାନ’ରେ ସମ୍ମାନିତ କରାଯାଇଛି।

ସଙ୍ଗୀତା ଗୋସାଇଁଙ୍କର ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବରେ , ବିଧାୟକ ପ୍ରଫୁଲ୍ଲ ସାମଲ ସମ୍ମାନିତ ଅତିଥି ଭାବରେ ଏବଂ ନୀତା ବିଦ୍ୟାର୍ଥୀ, ଇଲିୟାନା ସୀତାରିଷ୍ଟ , ରାମଲି ଇବ୍ରାହିମ ଓ ସୁରେନ୍ଦ୍ର କୁମାର ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ।


ଏହି କାର୍ଯ୍ୟକ୍ରମରେ ତ୍ରିଧାରା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଜଗନ୍ନାଥଷ୍ଟକମ୍ ନୃତ୍ୟ ପରିବେଷିତ ହୋଇଥିଲା। କଟକ କଳା ବିକାଶ କେନ୍ଦ୍ରର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଲକ୍ଷ୍ମୀ ନୃସିଂହ ଧ୍ୟାନ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଗୁରୁ ଗଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.