Latest Odisha News

BREAKING NEWS

ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ, ଗାଁରେ ପଶିଲା ପାଣି

ବାଲିପାଟଣା: ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ । ବାଳକାଟିଠାରେ ଦକ୍ଷିଣ ପାର୍ଶ୍ଵ ବନ୍ଧରେ ଥିବା ସାଇଫୋନ ପାଖରେ ଘାଇ ସୃଷ୍ଟି ହୋଇଛି । ଓଭର ଫ୍ଲୋ ଯୋଗୁ ରାତିରେ ବନ୍ଧ ଭାଙ୍ଗିଯାଇଥିଲା । ବାଳକାଟି କଲେଜ ପଡ଼ିଆରେ ପାଣି ମାଡିଯାଇଛି । ପାଣି ଗାଁରେ ମାଡିଯିବାର ଆଶଙ୍କା ରହିଛି । ଲୋକେ ବାଲି ବସ୍ତା ପକାଇ ଘାଇ ମରାମତି ପାଇଁ ଚେଷ୍ଟା କରୁଛନ୍ତି ।

ଖବର ଅନୁଯାୟୀ, ଆଜି ଭୋର୍ ସମୟରେ ବାଳକାଟି ସାଇଫନ୍ ନିକଟରେ ପୁରୀ ମୁଖ୍ୟ କେନାଲର ଦକ୍ଷିଣ ପାର୍ଶ୍ଵରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ବନ୍ଧରେ ଘାଇ ହେବାପରେ ସ୍ଥାନୀୟ ଲୋକ ଜଳ ସଂପଦ ବିଭାଗକୁ ଖବର ଦେଇଥିଲା । ବର୍ତ୍ତମାନ ସ୍ଥାନୀୟ ଲୋକେ ଓ ବିଭାଗୀୟ କର୍ମଚାରୀଙ୍କ ଉଦ୍ୟମରେ ପାଣିକୁ ଆୟତ ପାଇଁ ଉଦ୍ୟମ ଜାରି। ଭାର୍ଗବୀ ନଦୀକୁ ଥିବା ଛଅଟି ଗେଟ୍ ଓ ଚନ୍ଦନପୁର କେନାଲକୁ ଥିବା ଦୁଇଟି ଗେଟ୍ ଖୋଲିବା ପରେ ପାଣି ନିଷ୍କାସିତ ହେଉଛି। ତେବେ ଉପର ମୁଣ୍ଡରେ ପାଣି ଛଡ଼ାଯାଇ ତଳ ମୁଣ୍ଡ ଗେଟ ବନ୍ଦ ଯୋଗୁଁ ଏହି ସମସ୍ୟା ଉପୁଜିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.