Latest Odisha News

BREAKING NEWS

ବଢ଼ୁଛି ହୀରାକୁଦ ଜଳସ୍ତର, ଖୋଲିପାରେ ଆହୁରି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦର ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ବାମପଟୁ ୧୩ ଦକ୍ଷିଣ ପଟୁ ୭ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୩ ଲକ୍ଷ ୮୮ ହଜାର ୯୩୧ ଘନଫୁଟ ଜଳ ଓ ୩ ଲକ୍ଷ ୫୫ ହଜାର ୭୯୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୧.୯୭ ଫୁଟ ଉପରେ ରହିଛି ।

୨୦ଟି ଗେଟ୍ ଖୋଲାଯାଇଥିବା ସତ୍ତ୍ୱେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁ ଆଗକୁ ଆଉ କିଛି ଗେଟ୍ ଖୋଲାଯାଇପାରେ ବୋଲି ଜଣାପଡ଼ିଛି । ସେପଟେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇଥିବାରୁ ସେତେଟା ବିପଦ ହୋଇନି । ଉପକୂଳରେ ଦୟାନଦୀ ଓ ରାଜୁଆ ନଦୀର ଜଳସ୍ତର ଧୀରେ ଧୀରେ କମିବାରେ ଲାଗୁଛି । ବନ୍ୟାସ୍ଥିତି ନେଇ ବରିଷ୍ଠ ଅଧିକାରୀମାନେ ମନିଟରିଂ କରୁଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଛି । ଫଳରେ ମହାନଦୀ ଫୁଲିଛି ଓ ହୀରାକୁଦ ଜଳଭଣ୍ଡାରକୁ ଅଧିକ ବନ୍ୟା ପାଣି ଆସିଛି । କଲମା ସାଙ୍ଗକୁ ସମୋଦା, କେଲୋରେ ଗେଟ୍ ଖୋଲିଥିବା ବେଳେ ଇବ୍ ଓ ଭେଡନକୁ ମିଶାଇ ଏହି ବନ୍ୟା ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି ।

 

Leave A Reply

Your email address will not be published.