Latest Odisha News

BREAKING NEWS

Yearly Archives

2018

ମନ୍ତ୍ରୀଙ୍କ କାରକୁ ଢେଲା ମାଡ଼ ଘଟଣା: ପୋଲିସ ଦ୍ୱାରା ୨ ଅଟକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବେଲବହଳିଠାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ କାର୍ ଉପରକୁ ଢେଲା ମାରିବା ଅଭିଯୋଗରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି । ଏହି ଘଟଣା ଘଟିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନ ଚଢଉ କରି ୨ ଜଣ ଅଭିଯୁକ୍ତଙ୍କୁ ବେଲବହଳି…

ବୈଜୟନ୍ତଙ୍କ ହେଲିକପ୍ଟରକୁ ପୋଲିସ ଜବତ କଲା, ବିନା ଅନୁମତିରେ ଚିଲିକାରେ ଓହ୍ଲାଇଥିଲେ ଚପର୍

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ପୋଲିସ ଜବତ କରିଛି । ସେପ୍ଟେମ୍ବର ୧୫ ତାରିଖ ଦିନ ବିନା ଅନୁମତିରେ ଚିଲିକା ହ୍ରଦରେ ନିଜର ହେଲିକପ୍ଟରକୁ ଅବତରଣ କରିବା ଅଭିଯୋଗରେ ତାଙ୍କ ନାମରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏକ ଏତଲା ଦେଇଛି ।…

ସତ୍ୟବାଦୀ ବକୁଳ ବନରେ ପ୍ରତିଷ୍ଠା ହେବ ଓଡିଆ ବିଶ୍ୱ ବିଦ୍ୟାଳୟ

ଭୁବନେଶ୍ୱର : ପଞ୍ଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନ ନିକଟରେ ପ୍ରତିଷ୍ଠା ହେବ ଓଡିଆ ବିଶ୍ୱବିଦ୍ୟାଳୟ । ଏନେଇ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଓଡିଆ ନବଜାଗରଣର ପୀଠ ସତ୍ୟବାଦୀର ବକୁଳ ବନ…

ପୋଲିସ ହାତରୁ ଚମ୍ପଟ ମାରିଲେ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ

ନୂଆପଡ଼ା: ଜଣେ ମୋଷ୍ଟୱାଣ୍ଟେଡ୍ ମାଓବାଦୀ ପୋଲିସ ବଳୟ ଭିତରୁ ଖସିଯିବାକୁ ସକ୍ଷମ ହୋଇଛି । ଏହି ଘଟଣାଟି ସୋମବାର ଦିନ ନୂଆପଡ଼ା ଜିଲ୍ଲାରେ ଘଟିଥିବାର ସୂଚନା ମିଳିଛି । ଋିପୋର୍ଟ ଅନୁଯାୟୀ, ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ ଡ଼ିଭିଜନର ମନୋଜ ମାଡ଼କାମି ନାମକ ଜଣେ କ୍ୟାଡ଼ରଭୁକ୍ତ ମାଓବାଦୀ ଏହି ବର୍ଷ…

ଦାମ ଗ୍ୟାଙ୍ଗଷ୍ଟର୍ ଟିଟୋ ସହ ଲିଙ୍କ୍ ରଖିଛନ୍ତି: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ଗ୍ୟାଙ୍ଗଷ୍ଟର୍ ଟିଟୋ ସହିତ ପ୍ରତ୍ୟକ୍ଷ ଲିଙ୍କ୍ ଥିବାର ସୋମବାର ଦିନ ଅଭିଯୋଗ କରିଛି ବିଜେଡ଼ି । ଗଣମାଧ୍ୟମକୁ ସମ୍ବୋଧିତ କରି ବରିଷ୍ଠ ବିଜେଡ଼ି ନେତା ତଥା ଦଳର ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଅଭିଯୋଗ କରିଛନ୍ତି ଯେ, ଦାମଙ୍କ ପୁଅ ଇଫକୋରେ…

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝଡତୋଫାନ ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାଶ୍ୱର୍ବର୍ତ୍ତି ଅଞ୍ଚଳରେରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଫଳରେ ପୂର୍ବ ଓ କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର…

ଶ୍ରେଷ୍ଠ ଗବେଷକ ଭାବେ ସମ୍ବର୍ଦ୍ଧିତ ହେଲେ ସୋଆ ପ୍ରଫେସର

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅର୍ନ୍ତଗତ ଆଇଟିଇଆର କଲେଜର ପ୍ରଫେସର ଦେବାହୁତି ମିଶ୍ରଙ୍କୁ ଇଞ୍ଜିନିୟର୍ସ ଡେ’ ଅବସରରେ ଶ୍ରେଷ୍ଠ ଗବେଷକ ଭାବେ ସମ୍ମାନିତ କରାଯାଇଛି । ଏଭର୍ ଗ୍ରୀନ୍ ଫୋରମ୍ ସଂଗଠନ ପକ୍ଷରୁ ଇଞ୍ଜିନିୟର୍ସ ଡେ’ ଅବସରରେ ଆୟୋଜିତ ଏକ…

ବିଧାନସଭା: ବଦଳିଲା ଦାମ ରାଉତଙ୍କ ଆସନ

ଭୁବନେଶ୍ୱର : ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ବିଧାନସଭାରେ ସିଟ୍ ସ୍ଥାନ ବଦଳିଛି । ବିଜେଡିରୁ ବହିଷ୍କାର ହେବା ପରେ ବିଧାନସଭା ଗୃହ ମଧ୍ୟରେ ଦାମଙ୍କ ସିଟ ବଦଳିଥିବା ନେଇ ସୂଚନା ମିଳିଛି । ପୂର୍ବରୁ ଦାମୋଦର ରାଉତ ଗୃହର ବ୍ଲକ ଡି-୩ ସିଟରେ ବସୁଥିବାବେଳେ…

ଶ୍ରୀକୃଷ୍ଣଙ୍କ ଆତ୍ମା – ଶ୍ରୀରାଧା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ରାଧାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରାଣପ୍ରିୟା ଶ୍ରୀରାଧାଙ୍କ ଜନ୍ମତିଥି । ହିନ୍ଦୁ ଶାସ୍ତ୍ରାନୁଯାୟୀ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀରାଧା ଜନ୍ମଗ୍ରହଣ କରିଥିବାରୁ ଆଜିର ଦିନଟି ରାଧାଷ୍ଟମୀ ଭାବେ ପରିଚିତ । ଶ୍ରୀରାଧାରାଣୀ ହେଲେ…

ଆନନ୍ଦ ଉଲ୍ଲାସରେ ଆଜି ପାଳିତ ହେଉଛି ବିଶ୍ୱକର୍ମା ପୂଜା

ଭୁବନେଶ୍ୱର : ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଆଜି ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ନିର୍ମାଣ ଓ ସୃଜନର ଦେବତା ବିଶ୍ୱକର୍ମାଙ୍କ ପୂଜା ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳକାରଖାନାରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି । ବିଶ୍ୱକର୍ମାଙ୍କୁ ଶିଳ୍ପୀମାନଙ୍କ ଦେବତା…